Breaking

କାନାଡ଼ା ଓପନ୍‌ ବ୍ୟାଡ୍‌ମିଣ୍ଟନ ଫାଇନାଲରେ କଶ୍ୟପ

0

କାଲ୍‌ଗାରି (କାନାଡ଼ା) : ଏଠାରେ ଚାଲିଥିବା କାନାଡ଼ା ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ପାରୁପଲ୍ଲି କଶ୍ୟପ। ୬ଷ୍ଠ ସିଡ୍‌ କଶ୍ୟପ ସେମିଫାଇନାଲରେ ୪ର୍ଥ ସିଡ୍ ଚାଇନିଜ୍ ତାଇପେର ୱାଙ୍ଗ୍ ଜୁ ୱେଇଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌କୁ କଶ୍ୟପ ୧୪-୨୧, ୨୧-୧୭, ୨୧-୧୮ ଗେମ୍‌ରେ ଜିତି ନେଇଥିଲେ।

୩ଟି ଗେମ୍‌ର ମାରାଥନ୍ ମୁକାବିଲାରେ କଶ୍ୟପ ବିଜୟୀ ହୋଇଥିଲେ। ଗୋଟିଏ ଗେମ୍‌ରେ ପଛୁଆ ଥିଲେ ମଧ୍ୟ କଶ୍ୟପ ଲଢ଼ୁଅା ପ୍ରଦର୍ଶନ କରି ପରବର୍ତ୍ତୀ ୨ଟିଯାକ ଗେମ୍ ଜିତିନେଇ ଫାଇନାଲରେ ପହଞ୍ଚିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୧୦ ମିନିଟ ଧରି ଚାଲିଥିଲା। ଏହି ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିବା ସହ ବିଶ୍ବର ୩୨ନଂ ପୁରୁଷ ସିଙ୍ଗଲ୍‌ସ ଖେଳାଳି ପାରୁପଲ୍ଲି କଶ୍ୟପ ପ୍ରତିପକ୍ଷ ୱାଙ୍ଗ୍‌ଙ୍କ ବିପକ୍ଷରେ ୩ୟ ମୁକାବିଲାରେ ୩ୟ ବିଜୟ ହାସଲ କରିଛନ୍ତି। ରବିବାର ରାତି ଖେଳା ଯାଉଥିବା ଫାଇନାଲ ମ୍ୟାଚ୍‌ରେ କଶ୍ୟପ ଅଣସିଡେଡ୍ ଚୀନ୍‌ର ଲି ସି ଫେଙ୍ଗ୍‌ଙ୍କ ମୁକାବିଲା କରିବେ। ଅନ୍ୟ ସେମିଫାଇନାଲରେ ସି ଫେଙ୍ଗ୍‌ ଜାପାନର କୋକି ୱାତାନାବେଙ୍କୁ ୨୦-୨୨, ୨୧-୧୦, ୨୧-୧୧ ଗେମ୍‌ରେ ପରାସ୍ତ କରିଛନ୍ତି। ଗତବର୍ଷ ଅ​‌ଷ୍ଟ୍ରିଆନ୍ ଆନ୍ତର୍ଜାତିକ ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟ​‌େ​‌ର କଶ୍ୟପ ଶେଷଥର ପାଇଁ ଫାଇନାଲ ଖେଳିଥିଲେ।

loading...

Leave A Reply

Your email address will not be published.