Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୨୬ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ

0

ମେଷ: ଜୀବନ ସୁଗମ ରହିବ। ଧାର୍ମିକ ଅନୁଷ୍ଠାନରେ ରୁଚି ବଢ଼ିବ। ଜରୁରୀ କାମ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟ ପାଇଁ ନୂଆ ଚୁକ୍ତିନାମା କରିବେ। ପ୍ରିୟ ବନ୍ଧୁଙ୍କ ସହିତ ବାହରକୁ ବୁଲି ଯିବେ।

ବୃଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ମନରେ ନୂଆ ବିଚାର ଉତ୍ପନ୍ନ ହେବ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ଆପଣଙ୍କର କିଛି ଆଶା ପୂରା ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ: ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଅଧୁରା ଥିବା କାମ ଯଥା ସମୟରେ ପୂରା କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରୀମାନଙ୍କର ଲେଖାପଢ଼ାରେ ମନ ଅଧିକ ଲାଗି ରହିବ।

କର୍କଟ: ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ରାଜନୀତିରେ ସୀମା ବଢ଼ିବ। ଅଫିସରେ ପଦୋନ୍ନତିର ସୁଯୋଗ ରହିଛି।

ସିଂହ: ମାଆଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବି ପାରନ୍ତି। ଶତ୍ରୁ ଆପଣଙ୍କର କ୍ଷତି କରି ପାରିବେ ନାହିିଁ। ଜୀବନସାଥୀଙ୍କ ଠାରୁ ଉପହାର ମିଳିପାରେ।

କନ୍ୟା: ଆଗକୁ ବଢ଼ିବାର ଦିନଟିଏ। ପଇସା ଅର୍ଜିବାର ବିଚାର ଦେବା ଲୋକ ଆପଣଙ୍କୁ ମିଳିବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।

ତୁଳା: ଦିନଟି ବଢ଼ିଆ ରହିବ। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ଵ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଭଲ ରହିବ। ବେପାରୀବର୍ଗଙ୍କୁ ଧନଲାଭ ହେବ। ରାଜନୀତିରେ ସଫଳତା ପାଇବେ।

ବିଛା: ଅଫିସରେ କୌଣସି କାମ କରିବା ପୂର୍ବରୁ ପ୍ରବନ୍ଧକର୍ତ୍ତାଙ୍କ ରାୟ ନିଅନ୍ତୁ ଭଲ ହେବ। କୌଣସି କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ଧନୁ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ଧୈର୍ଯ୍ୟ ଧରି କାମ କରନ୍ତୁ ସଫଳତା ମିଳିବ। ଅଫିସରେ ଲାଗି ରହିଥିବା ଗୋଳମାଳିଆ ମାମଲାର ସମାଧାନ କରିବେ। ଉଧାର ଦେଇ ଥିବା ପଇସା ପାଇବେ।

ମକର: ସମୟ ଆପଣଙ୍କ ପାଇଁ ଅନୁକୂଳ। ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ନୂଆ ପୁରୁଣା ବନ୍ଧୁଙ୍କର ସହଯୋଗ ଓ ସଦିଚ୍ଛା ପାଇବେ। ଆପଣଙ୍କୁ ବ୍ୟବସାୟର କିଣାବିକାରେ ଲାଭ ହେବ।

କୁମ୍ଭ: ଦିନଟି ଠିକ୍‌ଠାକ୍‌ ରହିବ। ଭାବିଥିବା କାମ ବିନା ବିଘ୍ନ ବାଧାରେ ସଂପନ୍ନ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଅସହାୟଙ୍କୁ ସହାୟତା କରିବେ। କାରବାରର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ।

ମୀନ: ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ। ପୂର୍ବରୁ କରିଥିବା କାମ ଆଜି ପୂରା ହୋଇଯିବ। ପରିବାରରେ ହସଖୁସିର ବାତାବରଣ ରହିବ। ନ୍ୟାୟିକ ମାମଲା ଆପଣଙ୍କୁ ବିରକ୍ତି କରିପାରେ।

loading...

Leave A Reply

Your email address will not be published.