Breaking

ଚେନ୍ନାଇରେ ଉଦଘାଟିତ ହେଲା ଓଡିଶା ଭବନ

0

ଚେନ୍ନାଇ :ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ଓଡ଼ିଶା ଭବନର ଉଦଘାଟନ କରିଛନ୍ତି । ସଂଧ୍ୟା ୭ ଟାରେ ସେ ନବନିର୍ମିତ ଓଡିଶା ଭବନର ଉଦଘାଟନ କରିଛନ୍ତି । ଛଅ ମହଲା ବିଶିଷ୍ଟ ଭବନରେ ୧୬ଟି ଡବଲ ବେଡରୁମ, ୫ଟି ସିଙ୍ଗଲ ବେଡ ବିଶିଷ୍ଟ ରୁମ ସହ ୩୦୦ ଲୋକ ବସିବା ପରି ଅଡିଟୋରିୟମ ନିର୍ମାଣ କରାଯାଇଛି । ନୂଆଦିଲ୍ଲୀରେ ତିନୋଟି, ମୁମ୍ବାଇ ଓ କଲିକତାରେ ଗୋଟିଏ ଲେଖାଏଁ ଓଡିଶା ଭବନ ନିର୍ମିତ ହୋଇଥିବାବେଳେ ରାଜ୍ୟ ବାହାରେ ରାଜ୍ୟ ସରକାରଙ୍କର ଏହା ଷଷ୍ଠ ଓଡିଶା ଭବନ । ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ.ପଲାନୀସ୍ୱାମୀଙ୍କ ଉପସ୍ଥିତିରେ ଓଡିଶା ଭବନର ଉଦଘାଟନ କାର୍ୟ୍ୟକ୍ରମ ହୋଇଛି । ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ଚେନ୍ନାଇ ଗସ୍ତ କରିଥିଲେ ।

loading...

Leave A Reply

Your email address will not be published.