Breaking

ନୟାପଲ୍ଲୀ ଶ୍ରୀ ବିନାୟକ ୟୁଥ ଆସୋସିଏସନ୍ ତରଫରୁ ୫ମ ବର୍ଷ ଶ୍ରୀ ରାଧାକୃଷ୍ଣଙ୍କ ପୂଜା

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ନୂଆସାହି ଅଞ୍ଚଳର ଅଗ୍ରଣୀ ଯୁବ ସଂଗଠନ ପକ୍ଷରୁ ପବିତ୍ର କାର୍ତ୍ତିକେଶ୍ବର ପୂଜା ଅବସରରେ ୫ମ ବର୍ଷ ଶ୍ରୀ ରାଧାକୃଷ୍ଣଙ୍କ ପୂଜା ଅଁଳା ନବମୀ ଠାରୁ ଅନୁଷ୍ଠିତ ହୋଇଯାଇଛି, ପୂଜାର କର୍ତ୍ତା ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ନାୟକ ଏବଂ କର୍ତ୍ତୀ ଶ୍ରୀମତୀ ଗୀତା ନାୟକ ନୟାପଲ୍ଲୀ ପୁଷ୍କରଣୀରୁ କଳସ ଯାତ୍ରା କରି ଆସିବା ପରେ ମହାପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କ ଚକ୍ଷୁ ଦାନ କରାଯିବା ସହ ଯଥା ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।।

ଚଳିତ ବର୍ଷ କରୋନା ପରିସ୍ଥିତି ସୃଷ୍ଟି ହୋଇଥିବା ସମସ୍ୟା ସହ ଅନ୍ୟାନ୍ୟ ମୌଳିକ ଅସୁବିଧା କାରଣ ଏବଂ ଭକ୍ତଗଣଙ୍କ ମଙ୍ଗଳ ହେତୁ ଶ୍ରୀ ରାଧାକୃଷ୍ଣ ଙ୍କ ପୂଜା ନିରାଡମ୍ବରେ ପାଳନ କରାଯାଉଛି ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ପୂଜାର ପୂର୍ଣାହୂତି ଅନୁଷ୍ଠିତ ହୋଇ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କୁ ମେଲାଣି ଦିଆଯିବ ବୋଲି ଶ୍ରୀ ବିନାୟକ ୟୁଥ ଆସୋସିଏସନର ମୁଖ୍ୟ ସଂଯୋଜକ ଶ୍ରୀ ଦେବବ୍ରତ ମହାନ୍ତି (ବିକି ) ଜଣାଇଛନ୍ତି, ତା ସହ ଆସୋସିଏସନର ସମସ୍ତ ଶୁଭେଚ୍ଛୁ,ସହଯୋଗୀ,ଦାତା ଗଣଙ୍କୁ ପୂଜାରେ ସାମିଲ୍ ନ କରିପାରି ଦୁଃଖ ପ୍ରକାଶ କରିଛନ୍ତି ,ବିଗତ ଦିନମାନଙ୍କରେ ଶ୍ରୀ ବିନାୟକ ୟୁଥ ଆସୋସିଏସନ୍ ପ୍ରତି ଥିବା ଭଲପାଇବ,ସାହାଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ସମସ୍ତଙ୍କ ଠାରୁ ସେହି ଭଲ ପାଇବା କାମନା କରିବା ସହ ସମସ୍ତଙ୍କୁ ଏହି ବିଶ୍ବ ମହାମାରୀ କରୋନା ପରିପ୍ରେକ୍ଷୀରେ ସଚେତନ ରହିବା ପାଇଁ ଅନୁରୋଧ କରିଛନ୍ତି ।।

loading...

Leave A Reply

Your email address will not be published.