Breaking

ବଲିଉଡ୍‌କୁ ନାଁ କହିଥିବା ଜାଇରା କଲେ କି ‘ବିଗ୍‌ବସ’କୁ ହଁ? ବଲିଉଡ୍‌ରୁ ବିଦାୟ ନେବା ତାଙ୍କ କୌଶଳ ବୋଲି ହେଉଛି ଚର୍ଚ୍ଚା

0

ମୁମ୍ବାଇ: ‘ଦଙ୍ଗଲ୍‌’ ଚଳଚ୍ଚିତ୍ରରେ କୋଟି କୋଟି ଲୋକଙ୍କ ମନ ଜିଣିବା ପରେ ଲୋକପ୍ରିୟ ହୋଇଥିବା ଜାଇରା ଓ୍ଵାସିମ୍‌ ତାଙ୍କ ଚଳଚ୍ଚିତ୍ର ହିଟ୍‌ ହେବା ପରେ ପରେ ଅଫ୍‌ର ଉପରେ ଅଫର୍‌ ପାଇଥିଲେ। ‘ଦଙ୍ଗଲ୍‌’ ପରେ ଆମୀରଙ୍କ ସହ ଏକ ମ୍ୟୁଜିକାଲ୍‌ ଡ୍ରାମା ଭିଡିଓରେ ବି ନଜର ଆସିଥିଲେ ଜାଆରା। ଖାଲି ସେତିକି ନୁହେଁ, ତାଙ୍କର ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଚଳଚ୍ଚିତ୍ରର ସୁଟିଂ ୨୦୧୯ ମାର୍ଚ ମାସରେ ସମାପ୍ତ ହୋଇଛି।

ନିକଟରେ ଧର୍ମଗତ କାରଣ ପାଇଁ ବଲିଉଡ୍‌ ଛାଡୁଛନ୍ତି ବୋଲି ଜାଇରା ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ଘୋଷଣା କରିବା ପରେ ଦେଶରେ ଚହଳ ପଡ଼ିଯାଇଛି। ଜାଇରାଙ୍କ ପରି ଜଣେ ଦକ୍ଷ ଅଭିନେତ୍ରୀ ଅଭିନୟ ଛାଡ଼ିବା କଥା ଶୁଣିବା ପରେ ତାଙ୍କ ପ୍ରଶଂସକ ମହଲରେ ବିଶାଦ ଦେଖା ଦେଇଛି।

loading...

Leave A Reply

Your email address will not be published.