Breaking

ଟଙ୍କାଏ ନୁହେଁ, ୨ ଟଙ୍କା ଲେଖାଏଁ ବଢିବ ପେଟ୍ରୋଲ ଓ ଡିଜେଲ

0

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ଆଜି ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟିକସ ବସାଇବାରୁ ଏଗୁଡ଼ିକର ଦର ୨ ଟଙ୍କା ଲେଖାଏଁ ବଢିବାର ସମ୍ଭାବନା ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣରେ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ପାଇଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳକ ୧ ଟଙ୍କା ଏବଂ ସଡ଼କ ଓ ଭିତ୍ତିଭୂମି ସେସ ୧ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି ।

ବଜେଟରେ ଏହି ଟିକସ ବୃଦ୍ଧି ଘୋଷଣା ପରେ ଭାରତରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ଲେଖାଏଁ ବଢିବ । ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୬୪.୩୩ ଟଙ୍କା ଓ ଡିଜେଲ ଲିଟର ପିଛା ୭୦.୫୧ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬୯.୫୩ ଟଙ୍କା ଓ ଡିଜେଲ ଲିଟର ପିଛା ୬୮.୯୮ ଟଙ୍କା ରହିଛି । ତେବେ ଅନ୍ତର୍ଜାତୀୟ ବଜାରରେ ଗତ ଜାନୁୟାରୀଠାରୁ ଏପର୍ଯ୍ୟନ୍ତ ତେଲଦର ୧୭ ପ୍ରତିଶତ ବଢିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଓ ଡିଜେଲ ଯଥାକ୍ରମେ ଟ.୧.୬୭ ଓ ଟ.୧.୮୬ ବଢିଛି । ନିର୍ବାଚନ ଥିବାରୁ ସରକାର ଜାଣିଶୁଣି ତେଲ ଦର ବଢାଇ ନଥିଲେ, ଏବେ ନିର୍ବାଚନ ଶେଷ ହୋଇଥିବାରୁ ସରକାର ତେଲ ଦର ବଢାଇଦେଇଛନ୍ତି ବୋଲି କୁହାଯାଉଛି ।

loading...

Leave A Reply

Your email address will not be published.