Breaking

ଜେଡ୍ ଇଷ୍ଟେଟ୍ କର୍ତୁପକ୍ଷଙ୍କ ଦ୍ୱାରା ସରକାରୀ ନିୟମର ଖୋଲାଖୋଲି ଉଲ୍ଲଘଂନ

ମୁଖା ଖୋଲିବାକୁ ଜେଡ୍ ୱାନ୍ ରେସିଡେନ୍ଟସ୍ ୱେଲଫେୟାର ଆସୋସିଏସନ୍‌ର ନିଷ୍ପତି

0

ଭୁବନେଶ୍ୱର: ନନ୍ଦନକାନନରୋଡ୍‌ସ୍ଥିତ ଜେଡ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରୋଜେକ୍ଟ ଜେଡ୍ ୱାନ୍‌ରେ ଘର କିଣିଥିବା ଗ୍ରାହକମାନଙ୍କର ସଂଘ ଜେଡ୍ ୱାନ୍ ରେସିଡେନ୍ଟସ୍ ୱେଲଫେୟାର ଆସୋସିଏସନ୍ ଅନେକ ଦିନ ଧରି ଡେଭଲପରଙ୍କ ନିୟମ ବହିର୍ଭୁତ କାର୍ଯ୍ୟ ଓ ଠକାମି ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିବା ସହ ନିଜର ଲଢାଇ ଜାରି ରଖିଛନ୍ତି । ଡେଭଲପର ନିଜର ବ୍ୟବସାୟିକ ଲାଭକୁ ଲକ୍ଷ୍ୟରେ ରଖି ସରକାରୀ ନିୟମାବଳୀକୁ ଉଲ୍ଲଂଘନ କରି ନିଜର ନିୟମ ପ୍ରସ୍ତୁତ କରିଛନ୍ତି । ନିରୀହ ଗୃହ କ୍ରେତାମାନଙ୍କୁ ପ୍ରତାରଣା କରି ଡେଭଲପର ସରକାରୀ ନିମୟ ବାହାରେ ମଧ୍ୟ କାର୍ଯ୍ୟ କରୁଛନ୍ତି । କୌଣସି ଫ୍ଲାଟ୍ ସ୍ଥାବର ସଂପତିର ସଂପୂର୍ଣ୍ଣ ମାଲିକାନା ଅର୍ଥ ସେହି ଫ୍ଲାଟର ସଂପୂର୍ଣ୍ଣ ମାଲିକାନା ସହ ଅଭିଯୁକ୍ତ କମନ୍ ଏରିଆ ଆମେନିଟିସ୍ ଆଦିର ସହ ମାଲିକାନା ଅର୍ନ୍ତଭୁକ୍ତ । ଏହା ଓଡିଶା ଆପାର୍ଟମେନ୍ଟ ଓନରସିପ୍ ଆକ୍ଟ ୧୯୮୨ ଏବଂ ରିୟଲ ଇଷ୍ଟେଟ୍ (ରେଗୁଲେସନ୍ ଆଣ୍ଡ ଡେଭଲପମେନ୍ଟ ଆକ୍ଟ-୨୦୧୬) ସହ ଟ୍ରାନସଫର ଅଫ ପ୍ରପର୍ଟି ଆକ୍ଟରେ ଉଲ୍ଲେଖ ରହିଛି । କିନ୍ତୁ ଜେଡ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ କର୍ତୁପକ୍ଷ ଏହି ସମସ୍ତ ନିୟମାବଳୀକୁ ଉଲ୍ଲଂଘନ କରିବା ସହ ଓଡିଶା ଡେଭଲପମେନ୍ଟ ଅଥରିଟି ବିଲ୍ଡିଂ (ପ୍ଲାନିଂ ଆଣ୍ଡ ଷ୍ଟାଣ୍ଡାର୍ଡ) ରେଗୁଲେସନ୍ ୨୦୦୮/୧୮/୨୦ ନିୟମାବଳୀ ଅନୁଯାୟୀ ବିଡିଏ ଦ୍ୱାରା ଗୃହିତ ପ୍ଲାନରେ ଉଲ୍ଲେଖ ଥିବା କମନ ଏରିଆ ଓ ଆମେନିଟିଜ୍‌ର ସୁବିଧା ସୁଯୋଗୁରୁ ମଧ୍ୟ ଜେଡ୍ ୱାନ୍ ରେସିଡେନ୍ଟସ୍ ୱେଲଫେୟାର ଆସୋସିଏସନ ସଦସ୍ୟଙ୍କୁ ବଂଚିତ କରୁଛନ୍ତି ।
କମନ୍ ଏରିଆ ଓ ଆସୋସିଏସନ୍ ମଧ୍ୟରେ କମ୍ୟୁନିଟି ସେନ୍ଟର / କ୍ଲବ୍ ହାଉସ ଥିଲା ସବୁଠାରୁ ଆର୍କଷଣୟ କିନ୍ତୁ ଡ଼େଭଲପର ବେଆଇନ ଭାବେ ଏହାର ପରିଚାଳନା ଦାୟିତ୍ୱ ନିଜ ହାତରେ ରଖିଛନ୍ତି ଏବଂ ଫ୍ଲାଟ ମାଲିକ ମାନଙ୍କୁ ଏହାର ମାଲିକାନା ଓ ପରିଚାଳନାରୁ ବଚିଂତ କରିଛନ୍ତି ।

ଡ଼େଭଲପର/ଜେଡ଼୍‌ଇପିଏଲ ଅନୁମୋଦନ ପ୍ରାପ୍ତ ପ୍ଲାନ୍ ଉପରେ ଆଡ଼ିସନ୍ ଅଥବା ଅଲଟରେସନ୍ ସମୟରେ ଲ୍ୟାଣ୍ଡର ମାଲିକାନା ସମ୍ବନ୍ଧରେ ଡେଭଲପିଂ ଅଥରିଟିକୁ ଅନ୍ଧାରରେ ରଖିଥିଲେ ଏବଂ ଏହାଦ୍ୱାରା ଜେଡ଼୍‌ୱାନ୍ ରେସିଡେଣ୍ଡ ଆସୋସିଏସନ୍‌ର ସଦସ୍ୟମାନେ କୋଟି କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ।
ଡ଼େଭଲପର /ଜେଡ଼୍‌ଇପିଏଲ ନିଜର ଅନ୍ୟ ଏକ କମ୍ପାନୀ ୟୁନାଇଟେଡ୍ ରିସୋର୍ଟସ୍ ଆଣ୍ଡ ସରଭିସେସ୍ ଏଲଏଲପି (ୟୁଆରଏସ୍‌ଏଲଏଲପି) ମାଧ୍ୟମରେ ବେଆଇନ ଭାବରେ ସାଧାରଣ ଏରିଆ ଏବଂ ଆମେନିଟିସ୍‌ର ପରିଚାଳନା ଦାୟିତ୍ୱକୁ ନିଜ ପାଖରେ ରଖି ମେନ୍ଟେନାସ୍ ଚିର୍ଜ ଭାବେ କୋଟି କୋଟି ଟଙ୍କାର ଅପବ୍ୟବହାର କରିଛନ୍ତି । ଡ଼େଭଲପର /ଜେଡ଼୍‌ଇପିଏଲ ଅନ୍ୟାୟ ଭାବରେ ଅତିରିକ୍ତ ଅନୁମୋଦିତ କଭର୍ଡ ଏରିଆକୁ ବିକ୍ରି କରି ଗୃହ କ୍ରେତା ମାନଙ୍କୁ ୪୫ କୋଟିରୁ ଅଧିକ ଟଙ୍କା ଠକିଛନ୍ତି । ଜେଡ଼୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ କର୍ତୃପକ୍ଷ ଜବରଦସ୍ତି ବେସମେନ୍ଟ୍ ପାର୍କିଂରେ ଥିବା ପ୍ରାୟ ୧୩୦୦୦ ସ୍କୋୟାରଫୁଟ ଜାଗାକୁ ବ୍ୟବହାର କରୁଛନ୍ତି ଏବଂ ଆସୋସିଏସନ ବିଗତ ୬ ବର୍ଷ ମଧ୍ୟରେ ଏ ବାବଦ କୌଣସି ଭଡ଼ା ପ୍ରଦାନ କରିନାହାଁନ୍ତି । ଯାହାର ଫଳରେ ଆସୋସିଏସନର ଅନେକ କ୍ଷତି ହେଉଛି ।
ଡ଼େଭଲପର କୌଣସି ଭ୍ୟାଟ୍ ରେଜିଷ୍ଟେସନ୍ ନଥାଇ ମଧ ଫ୍ଲାଟ୍ ବିକ୍ରି ସମୟରେ କୋଟି କୋଟି ଟଙ୍କାରୁ ଉର୍ଦ୍ଧ ଭ୍ୟାଟ୍ ଆଦାୟ କରିଥିଲେ ମଧ ଟାକ୍ସେସନ୍ ଅଥରିଟିକ୍‌ଙ୍କ ପାଖରେ ଜମା କରିନାହାଁନ୍ତି । ଡ଼େଭଲପରଙ୍କ ଦ୍ୱାରା ଖରାପ ମାନର ମ୍ୟାଟେରିଆଲ୍‌ସ୍ ଯେପରିକି ୱାଟର ସପ୍ଲାଇ ପାଇପଲାଇନ୍ ଇତ୍ୟାଦି ଲଗାଯାଇଥିବାରୁ ୫ବର୍ଷ ମଧରେ ଏହାକୁ ସଂପୂର୍ଣ୍ଣ ଭାବେ ବଦଳାଇବାକୁ ପଡ଼ିଛି । ଯାହାଫଳରେ ଆସୋସିଏସନ୍ ସଦସ୍ୟ ତଥା ଗୃହ ମାଲିକଙ୍କୁ ଅଧିକ କୋଟି କୋଟି ଟଙ୍କାର ଭାର ପଡ଼ିଛି ।

ଡ଼େଭଲପର ଅନ୍ୟାୟଭାବେ ଘର ମାଲିକଙ୍କ ଠାରୁ ଆଦାୟ ହୋଇଥିବା ଫଣ୍ଡରେ କୋଟି କୋଟି ଟଙ୍କାକୁ ନିଜର ଅନ୍ୟ ଏକ କମ୍ପାନୀ ୟୁଆରଏସ୍‌ଏଲଏଲପି ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି । ଏଥିରେ ଟାକ୍ସ୍ ନିୟମାବଳୀ ସଂପୂର୍ଣ୍ଣ ଉଲଘଂନ କରାଯାଇଛି । ଆକାଉନ୍ଟିଙ୍ଗ ଷ୍ଟାଣ୍ଡାଡ୍ ଅନୁଯାୟୀ କାର୍ଯ୍ୟ କରାଯାଉନାହିଁ କି ଖର୍ଚ୍ଚର କୌଣସି ହିସାବ ଦିଆଯାଉନାହିଁ । ଫନି ସମୟରେ ହୋଇଥିବା କ୍ଷୟକ୍ଷତିର ଇନ୍‌ନ୍ସୁରାନସ କ୍ଲେମ୍ ରେ ମିଳିଥିବା ଲକ୍ଷାଧିକ ଟଙ୍କା ମଧ୍ୟ ହଡ଼ପ କରାଯାଇଛି ।

ୟୁଆରଏସ୍‌ଏଲଏଲପି କମ୍ପାନୀ ମାଧ୍ୟମରେ ମେନ୍ଟନାସ୍ ଚାର୍ଜ ଉପରେ ଅନ୍ୟାୟ ଭାବେ କମିସନ ନେଉଛନ୍ତି । ଡେଭଲପର ଆସୋସିଏସନ ସିଙ୍ଗଲ୍ ପଏନ୍ଟ ପାୱାର କନେକସନ୍ ଦେଇନାହାଁନ୍ତି ଏବଂ ଅନୈତିକ ଭାବରେ ଏକ ନିଜ କାମରେ ଏକ ସିଙ୍ଗଲ୍ ଡ଼ୋମେଷ୍ଟିକ୍ ବଲ୍କ କନେକସନ୍ ନେଇ ଆମ ମାନଙ୍କୁ ବିତରଣ କରୁଛନ୍ତି ଏବଂ ଏହି ମାଧ୍ୟମରେ ନିଜର ବ୍ୟବସାୟୀକ ଲାଭ ମଧ ଉଠାଉଛନ୍ତି ।଼ ଆମେ ଆମର ନାର୍ଯ୍ୟା ଅଧିକାର ନିମନ୍ତେ ବିଗତ କିଛି ବର୍ଷ ଧରି ସ୍ୱର ଉତୋଳନ କରୁଛୁ କିନ୍ତୁ ଗୁଣ୍ଡା ଓ ବାଉନସରଙ୍କୁ ନିୟୋଜିତ କରାଇ ଆମକୁ ଧମକ୍ ଦିଆଯାଉଛି ।

loading...

Leave A Reply

Your email address will not be published.