Breaking

ଡେଙ୍ଗୁ ସଂକ୍ରମଣ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମହିଳା ମାନଙ୍କର ବିକାଶ ପାଇଁ ସାମାଜିକ ଓ ଅର୍ଥ ନୈତିକ ଜନମଙ୍ଗଳ ଡବ୍ଲୁସିଏସ୍ଡବ୍ଲୁ ହେଉଛି ଏକ ଲାଭଶୂନ୍ୟ ସଂଗଠନ । ବର୍ତ୍ତମାନ ସମୟରେ ଡେଙ୍ଗୁ ସଂକ୍ରମଣ କୁ ରୋକିବା ନିମନ୍ତେ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି।ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଏମ୍ସି କର୍ମଚାରୀମାନଙ୍କୁ ମଶାରୀ ଏବଂ ଡଷ୍ଟବିନ ଯୋଗାଇ ଦେବା ସହ ଅନୁଷ୍ଠାନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। କରୋନା ମହାମାରୀ ଏବଂ ଡେଙ୍ଗୁ ସଂକ୍ରମଣ ରୋକିବା ନିମନ୍ତେ ସ୍ୱାସ୍ଥ୍ୟ ଏବଂ ସ୍ୱଛତା ଅଭିମୁଖେ ଏହା ଏକ ଅଭିନବ ପ୍ରୟାସ। ସମ୍ପାଦିକା ଶ୍ରମତୀ ନିବେଦିତା ଶତପଥୀ ଙ୍କ ନେତୃତ୍ୱରେ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି। ଏହି କାର୍ଯ୍ୟକ୍ରମରେ ତପସ୍ୱିନୀ ମହାନ୍ତି ଓ ବବିତା ମହାନ୍ତି ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଏମ୍ସି ଜାଗୃତିର ପ୍ରକଳ୍ପ ସଂଯୋଜକ ଶ୍ରୀ ପ୍ରବେଶ କୁମାର ସାହୁଙ୍କ ଉଦ୍ୟମ ପ୍ରଶଂସନୀୟ।

loading...

Leave A Reply

Your email address will not be published.