Breaking

ଆପ୍ ମଲ୍ଟି ସର୍ଭିସ୍ ତରଫରୁ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟବ୍ୟାପୀ ଡିଜିଟାଲ ସଚେତନତା ସେବା ଶୁଭାରମ୍ଭ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟରେ କୃଷି ଓ କୃଷକଙ୍କର ଉନ୍ନତି ପାଇଁ ଆପ୍ ମଲ୍ଟି ସର୍ଭିସ୍ ତରଫରୁ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ କୃଷକମାନଙ୍କ ମଧ୍ୟରେ ଆଧୁନିକ ଜ୍ଞାନ କୌଶଳକୁ ଆପଣାଇ କିପରି ଅଧିକ ସଚେତନ ହୋଇ ପାରିବେ ସେ ନେଇ ଏକ ଡିଜିଟାଲ୍ ସେବାର ରାଜ୍ୟବ୍ୟାପୀ ଶୁଭାରମ୍ଭ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆପ୍ ମଲ୍ଟି ସର୍ଭିସର ନିର୍ଦ୍ଦେଶକ ଅରବିନ୍ଦ ନାୟକ, ଅମିତା ରାଣୀ ରାଉତ ଓ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗଦେଇ ଡିଜିଟାଲ୍ ସେବାର ଉନ୍ମୋଚନ କରିଥିଲେ । ଆପ୍ ମଲ୍ଟିସର୍ଭିସ୍ ତରପରୁ ରାଜ୍ୟର ସମସ୍ତ ବ୍ଳକ୍ ଓ ଜିଲ୍ଲା ପ୍ରତିନୀଧି ଗ୍ରମାଚଂଳକୁ ଯାଇ ପ୍ରତି ଗ୍ରାମରେ କୃଷକଙ୍କୁ ଡିଜିଟାଲ୍ ସେବାର ଉପକାରିତା ସର୍ମ୍ପକରେ ସଚେତନ କରିବା ସହିତ ନିଶୁଳ୍କ ପଂଜିକରଣ କରିବେ ଏବଂ କୃଷକ ଉତ୍ପାଦିତ କରିଥବା ସାମଗ୍ରୀ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ସହଜରେ କିପରି ନଜର ଶଷ୍ୟ ବିକ୍ରି କରି ପାରିବେ ଏବଂ କୃଷକଭାଇ ମାନଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ ବୋଲି ଆପ୍ ମଲ୍ଟି ସର୍ଭିସ୍‌ର ଓଡିଶା ରାଜ୍ୟ କୋଡିନେଟର ଅକ୍ଷୟ କୁମାର ପାଢୀ ସୂଚନା ଦେଇଥିଲେ । ଏହି କାର‌୍ୟ୍ୟକ୍ରମରେ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ବହୁ କୃଷକ ଓ କମ୍ପାନୀର ପ୍ରତିନିଧି ଯୋଗ ଦେଇଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ଡ ନାରାୟଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

loading...

Leave A Reply

Your email address will not be published.