Breaking

ୟୁଥ୍ ଫୋର ଆକ୍ସନ ତରଫରୁ ବୃକ୍ଷରୋପଣ

0

ଭୁବନେଶ୍ୱର: ସୁସ୍ଥ ଓ ସୁରକ୍ଷିତ ସମାଜ ପାଇଁ ବୃକ୍ଷରୋପଣ ନିହାତି ଆବଶ୍ୟକ । ବର୍ତ୍ତମାନ ପରିସ୍ଥିତିରେ ମାନବ ଜୀବନ ବଞ୍ଚିବା ପାଇଁ ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ବୃକ୍ଷରୋପଣ ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏହାକୁ ହୃଦୟଙ୍ଗମ କରି ବୃକ୍ଷରୋପଣ ପାଇଁ ଆଗେଇ ଆସିଛି ଯୁବ ସଂଗଠନ ୟୁଥ୍ ଫୋର ଆକ୍ସନ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ୱରେ ପଟିଆ ଶିଶୁ ବିହାର ୱାର୍ଡ ନଂ ୬ରେ ସଦସ୍ୟମାନଙ୍କ ଦ୍ବାରା ବୃକ୍ଷରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସାମଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧି ଲୋକମାନଙ୍କୁ ଗଛ ଲଗାଇବା ପାଇଁ ସଚେତନ କରାଯାଇଥିଲା । ସଂଗଠନର ରାଜ୍ୟ ସଂଯୋଜକ ଦେବାଶିଷ ନାୟକଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ନାୟକ,ଅସିତ୍ ବଡଜେନା,ଉମାରାଣୀ ପ୍ରଧାନ,ନିର୍ମଳ ପଣ୍ଡା,ସୁରଜ ବେହେରା,ଦିପୁ ଦାଶ,ପ୍ରଣୟ କରଣ ଓ ସଦା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.