Breaking

ନୟାପଲ୍ଲୀ ୱାର୍ଡ଼ ନଂ ୩୯ ରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ରନ୍ଧାଖାଦ୍ୟ ପ୍ରଦାନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବନେଶ୍ୱର ମହାନଗର ନିଗମ, ନୟାପଲ୍ଲୀ, ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହିଠାରେ ୱାର୍ଡ଼ ନଂ ୩୯ର କରୋନା ଯୋଦ୍ଧା ସମ୍ବାନୀୟ ସଫେଇ କର୍ମଚାରୀ ବନ୍ଧୁମାନଙ୍କୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଂପାଦକ ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ନିର୍ଦ୍ଦେଶ ଓ ସହଯୋଗ କ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଂପାଦକ ତଥା ଯୁବ ସମାଜସେବୀ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନିମନ୍ତେ ସମ୍ବର୍ଦ୍ଧନା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା । ଯୁବ ସମାଜସେବୀ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଂପାଦକ ଶ୍ରୀ ଦେବବ୍ରତ ମହାନ୍ତି ଉପସ୍ଥିତ ସମସ୍ତ ସମ୍ମାନୀୟ ସଫେଇ କର୍ମଚାରୀ କରୋନା ଯୋଦ୍ଧାମାନଙ୍କୁ ମାସ୍କ, ସାନିଟାଇଜର ଏବଂ ରନ୍ଧାଖାଦ୍ୟ ପ୍ରଦାନ କରିବା ସହ ନିଜ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ । କରୋନା ମହାମାରୀକୁ ଅଂଚଳରୁ ହଟେଇବା ପାଇଁ ସମସ୍ତ ସମ୍ମାନୀୟ ସଫେଇ କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ବିଶ୍ୱଜିତ୍ ସାହୁ, ଶ୍ରୀ ବିକାଶ ମହାନ୍ତି, ଶ୍ରୀ ବୁଲୁ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ । ଯୁବ ସମାଜସେବୀ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ଏହି କାର୍ଯ୍ୟକୁ ଅଂଚଳ ବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

loading...

Leave A Reply

Your email address will not be published.