Breaking

ବିଦା ହେଲେ ବିରାଟ ବାହିନୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା ଟିମ୍ ଇଣ୍ଡିଆ । ଆଉ ଏହାସହ ଭାରତର ବିଶ୍ୱକପ ଫାଇନାଲ ଖେଳିବା ସ୍ୱପ୍ନ ମଧ୍ୟ ଚୁରମାର ହୋଇଛି । ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ ମଧ୍ୟ ବିଜୟଲକ୍ଷ୍ୟ ଠାରୁ ୧୮ ରନ ଦୂରରେ ରହିଯାଇଥିଲା ବିରାଟ ବାହିନୀ । ଆଉ ଏହାସହ ପ୍ରଥମ ଦଳ ଭାବେ ବିଶ୍ୱକପ ଫାଇନାଲ ଟିକେଟ ହାତେଇଛି ନ୍ୟୁଜିଲାଣ୍ଡ ।୨୪୦ ରନର ଟାର୍ଗେଟକୁ ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୪ ରନରେ ଦଳର ଟପ୍ ଅର୍ଡର ବ୍ୟାଟସମ୍ୟାନ୍ ପ୍ୟାଭିଲିୟନ ଫେରିଥିଲେ । ଆଉ ଏହାପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଅପ ଭୁଷୁଡି ପଡିଥିଲା । ତେବେ ଶେଷ ଆଡକୁ ଧୋନି ଓ ଜାଡେଜା ବିଜୟ ପାଇଁ ଲଢିଥିଲେ ମଧ୍ୟ ଏହା ଯଥେଷ୍ଟ ନଥିଲା । ୪୯.୩ ଓଭରରରେ ୨୨୧ ରନ୍ କରିବା ସହ ପ୍ୟାଭିଲିୟନ ଫେରିଥିଲା ପୂରା ଟିମ୍ ।

loading...

Leave A Reply

Your email address will not be published.