Breaking

ଆଜି ୨ୟ ସେମିଫାଇନାଲ ମ୍ୟାଚ, ଟସ ଜିଣି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

0

ବର୍ମିହାମ : ବର୍ମିହାମର ଏଜବାଷ୍ଟନଠାରେ ଆଜି ବିଶ୍ୱକପ ୨୦୧୯ର ୨ୟ ସେମିଫାଇନାଲ ଇଂଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଛି । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍‌ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ଜିଣି ଅଷ୍ଟ୍ରେଲିଆ ଦଳ ନିଜର ୬ଷ୍ଠ ବିଶ୍ୱକପ ବିଜୟ ସ୍ୱପ୍ନକୁ ସାକାର କରିବା ଦିଗରେ ଆଉ ଏକ ପାଦ ଆଗେଇବ । ସେହିପରି ଇଂଲାଣ୍ଡ ଆଜିର ସେମିଫାଇନାଲ ମ୍ୟାଚ ଜିତି ଫାଇନାଲକୁ ଯିବା ପାଇଁ ଉଦ୍ୟମ କରିବ । ଇଂଲାଣ୍ଡ ଏପର୍ଯ୍ୟନ୍ତ କୌଣସି ବିଶ୍ୱକପ ଜିତିନଥିବାରୁ ଆଜି ମ୍ୟାଚ ଜିତିବାକୁ ସବୁ ଶକ୍ତି ଲଗାଇଦେବ ।

ଫାଇନାଲ ଅପେକ୍ଷା ଆଜି ମ୍ୟାଚ ହିଁ ଇଂଲାଣ୍ଡ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି, କାରଣ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଜିତିବା ସେତେଟା ସହଜ ହେବ ନାହିଁ । ଆହୁରି ମଧ୍ୟ ଟସ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରୁଥିବାରୁ ଇଂଲାଣ୍ଡର ଚିନ୍ତା ବଢିଯାଇଛି । ଆଜି ମ୍ୟାଚ ପାଇଁ ଇଂଲାଣ୍ଡ ଦଳ ଅପରିବର୍ତ୍ତିତ ଥିବାବେଳେ ଅଷ୍ଟ୍ରେଲିଆ ଦଳରେ ଉସମାନ ଖ୍ଵାଜାଙ୍କ ବଦଳରେ ପିଟର ହାଣ୍ଡସକମ୍ବ ଖେଳୁଛନ୍ତି ।

loading...

Leave A Reply

Your email address will not be published.