Breaking

ସ୍ପର୍ଶ ହସ୍ପିଟାଲ୍ ଏବଂ ଲାୟନସ୍ ମିନତୀ ବେହେରା କ୍ୟାନସ୍‌ର ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ବିଶ୍ୱ ସ୍ତନ କର୍କଟ ସଚେତନତା ଦିବସ ପାଳିତ

0

ବିଶ୍ୱ ସ୍ତନ କର୍କଟ ଦିବସ ଉପଲକ୍ଷେ ସ୍ପର୍ଶ ହସ୍ପିଟାଲ ସହିତ ଲାୟନସ୍ ମିନତୀ ବେହେରା କ୍ୟାନସ୍‌ର ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ସ୍ତନ କର୍କଟ ସଚେତନତା ଦିବସ “ୱିନରସ୍ ଅଫ୍ ଲାଇଫ୍‌” ସ୍ପର୍ଶ ହସ୍‌ିଟାଲ୍‌ଠାରେ ପାଳିତ ହୋଇଯାଇଛି । ସାଧାରଣତଃ ସବୁ କର୍କଟ ରୋଗଠାରୁ ସ୍ତନ କର୍କଟ ଅତି ସାଧାରଣ ଅଟେ କିନ୍ତୁ ସ୍ତନ କର୍କଟ ଜନିତ ରୋଗ ଦ୍ୱାରା ହେଉଥିବା ମହିଳାମାନଙ୍କର ମୃତ୍ୟୁ ହିଁ ପ୍ରମୁଖ କାରଣ ଅଟେ । ଏହି ସଚେତନତା କାର୍ଯ୍ୟକ୍ରମରେ ଚିକିତ୍ସିତ ହେଉଥିବା ରୋଗୀ, ସୁସ୍ଥ ହୋଇଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ ସ୍ତନ କର୍କଟ ରୋଗ ବିଷୟରେ ସଚେତନ ପାଇଁ ଏକ ଛୋଟ ପ୍ରୟାସ କରାଯାଇଥିଲା । କର୍କଟ ବିଶେଷଜ୍ଞଙ୍କ ମତରେ ଯଦି ରୋଗ ପ୍ରଥମାବସ୍ଥାରେ ଜଣା ପଡ଼ିଥାଏ ତାହାଲେ ରୋଗକୁ ଭଲ କରିହେବ । ସେଥିପାଇଁ କିଛି ସାବଧାନତା ଏବଂ ସଚେତନତାର ଆବଶ୍ୟକ । ଯଦି ସ୍ତନରେ ଗେଟା ହେବା, ଅସ୍ଥିରତା ଦେଖାଦେବା, କିଛି ଯଦି କଷ୍ଟ ଅନୁଭବ କଲେ, ରକ୍ତ କ୍ଷରଣ ହେଲେ, ଲାଲ୍ ଦେଖାଗଲେ ଏବଂ ଯଦି ରୋଗ ବଂଶାନୁକ୍ରମ ହୋଇଥିବ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରିବା ଉଚିତ୍ । ଯଦି ବର୍ତ୍ତମାନ ଜୀବନ ଶୈଳୀରେ ପରିବର୍ତ୍ତନ ତଥା ମଦ୍ୟପାନ, ମାତ୍ରାଧିକ ଧୂମ୍ରପାନ, ବ୍ୟାୟାମର ଅଭାବ, ଉଚ୍ଚରକ୍ତଚାପ ଥିଲେ, ମାତ୍ରାଧିକ ଜଙ୍କ୍‌ଫୁଡ଼ ଖାଇଲେ, ଶିଶୁମାନଙ୍କୁ ସ୍ତନପାନ କରାଉଥିବା ମହିଳାମାନେ ପାଖରେ ଏହି ରୋଗ ଦେଖାଦେବାରେ ସମ୍ଭାବନା ଥାଏ । ଏଥି ସହିତ ଆମନ୍ତ୍ରିତ ସ୍ତନ କର୍କଟରେ ଚିକିତ୍ସିତ ହେଉଥିବା ରୋଗୀ ଏହି ସଚେତନତା ଶିବିରରେ ଯୋଗଦେଇଥିଲେ ଏବଂ ତାଙ୍କ ମତ ବ୍ୟକ୍ତ କରିଥଲେ । ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍‌ିଟାଲ୍‌ର ଡ଼ାଃ ସ୍ୱତଲିନା ପରିଜା ଏବଂ ସେବିକା ଜୟନ୍ତି ତ୍ରିପାଠୀ ରୋଗୀ ସେବାରେ ନିଜକୁ ଉତ୍ସର୍ଗୀକୃତ ପାଇଁ ଲାୟନସ୍ ମିନତୀ ବେହେରା କ୍ୟାନସ୍‌ର ଫାଉଣ୍ଡେସନ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ୍‌ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶାର ସୁନାମଧନ୍ୟ କର୍କଟ ବିଶେଷଜ୍ଞ ଡ଼ାଃ ଘନଶ୍ୟାମ ବିଶ୍ୱାସ, କର୍କଟ ଶଲ୍ୟ ଚିକିତ୍ସକ ଡ଼ାଃ ଦୀପକ ରାଉତ୍‌ରାୟ, ଲାପାରାସ୍କୋପିକ୍ ଏବଂ ବାରିଆଟ୍ରିକ୍ ଚିକିତ୍ସକ ଡ଼ାଃ ମାଧୁରୀ ପଟ୍ଟନାୟକ କର୍କଟ ଶଲ୍ୟ ଚିକିତ୍ସକ ଡ଼ାଃ ଗଣେଷ ସୁବୁଦ୍ଧି, ହସ୍ପିଟାଲ୍ ଆରକ୍ଷୀକ ଡ଼ାଃ (ମେଜର) ଶ୍ରୀମାନ୍ ନାରୟଣ ମିଶ୍ର, ଡ଼ାଃ ଭରତ ଦାସ, ଡ଼ାଃ ଦେବାଶିଷ ଦାସ, ଡ଼ାଃ ସୁଭାଷ ଚନ୍ଦ୍ର ଜେନା ଏବଂ ଲାୟନସ୍ ମିନତୀ ବେହେରା କ୍ୟାନସ୍‌ର ଫାଉଣ୍ଡେସନର ସଭାଧ୍ୟକ୍ଷ ତଥା ସମ୍ପାଦକ ସୁଚିସ୍ମୀତା ପୃଷ୍ଟି ଉପସ୍ଥିତ ରହି ରୋଗୀମାନଙ୍କୁ ସଚେତନ କରାଇଥିଲେ ।

loading...

Leave A Reply

Your email address will not be published.