Breaking

ଗାନ୍ଧୀ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର

0

ପବିତ୍ର ଗାନ୍ଧୀ ଜୟନ୍ତୀ ଶୁଭ ଅବସର ରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୧୩, ଚନ୍ଦ୍ରଶେଖର ପୁର ବି.ଡି.ଏ କଲୋନି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ WCSW(Council for socioEconomic Welfare) ମାଧ୍ୟମ ରେ ଗାନ୍ଧୀ ସ୍ମୃତି ସଭା ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ନାରୀ ସଶକ୍ତିକରଣ, ନାରୀ ଶିକ୍ଷା ତଥା ନାରୀ ମାନଙ୍କ ର ସାମାଜିକ ମୂଲ୍ୟ ବୋଧ ଓ ସାମାଜିକ ଦାୟିତ୍ଵ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବ ରେ ୱାର୍ଡ ନମ୍ବର ୧୩ ର ୮ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା- ବକ୍ତୃତା, ଚିତ୍ରାଙ୍କନ, ରଚନା ଏବଂ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା। ଉକ୍ତ ଉତ୍ସବ ରେ WCSW ର ସଂପାଦିକା ଶ୍ରୀମତି ନିବେଦିତା ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର, ଉପଢୌକନ ଓ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ପୂର୍ବତନ କର୍ପୋରେଟର ମହୋଦୟ,CWC ର ସଭ୍ୟା ଶ୍ରୀମତି ମାନସୀ ପାଢ଼ୀ,WCSW ର ସଭ୍ୟା ଶ୍ରୀମତି ତପସ୍ଵିନୀ ମହାନ୍ତି ଏବଂ ବି.ଏମ.ସି ଜାଗୃତି ର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପ୍ରବେଶ କୁମାର ସାହୁ ସମ୍ମାନୀୟ ଅତିଥି ଭାବରେ ଯୋଗୋଦାନ କରି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ।

loading...

Leave A Reply

Your email address will not be published.