Breaking

ଭଣଜାକୁ ବଞ୍ଚାଇବାକୁ ଯାଇ ଭଣଜା ସହିତ ଟ୍ରେନ୍‌ରେ କଟିଗଲେ ମାଇଁ

0

ଝାରସୁଗୁଡା: ବେଲପାହାଡ ରେଳ ଷ୍ଟେସନ୍‌ ନିକଟରେ ଥିବା ନୂଆପଡ଼ାରେ ଅଭାବନୀୟ ଘଟଣା । ସାମାନ୍ୟ ଅସାବଧାନତାରୁ ଦୁଇ ଦୁଇଟି ଜୀବନ ଚାଲି ଯାଇଛି । ଟ୍ରେନ୍‌ରେ କଟି ଜଣେ ୫ ବର୍ଷର ଝିଅ ଏବଂ ଅନ୍ୟ ଜଣଙ୍କ ମୃତ୍ୟୁୃ ଘଟିଛି ।ମୃତ ଶିଶୁର ନାଁ ନିଖିଲ (୫) ଓ ତାଙ୍କ ଘର ବ୍ରଜରାଜନଗର। ନୂଆପଡ଼ାର ଲାଲ୍‌ଜୀ ଗୁପ୍ତାଙ୍କ ଘରେ ଗତକାଲି ଏକ ଉତ୍ସବ ଥିଲା । ଉତ୍ସବରେ ଯୋଗ ଦେବାକୁ ନିଖିଲକୁ ଆଣି ତାଙ୍କ ବାପା ମାଙ୍କ ଲାଲ୍‌ଜୀ ଗୁପ୍ତାଙ୍କ ଘରକୁ ଆସିଥିଲେ । ଆଜି ସକାଳେ ନିଖିଲ ରେଳ ଟ୍ରାକ୍‌କୁ ପଳାଇଯାଉଥିବା ଦେଖି ଲାଲ୍‌ଜୀ ଗୁପ୍ତାଙ୍କ ପତ୍ନୀ ବେବି ଗୁପ୍ତା(୪୫) ତାଙ୍କୁ ବଞ୍ଚାଇବାକୁ ଦୌଡ଼ିଥିଲେ। କିନ୍ତୁ ଟ୍ରାକ୍‌ରୁ ଫେରି ନ ପାରି ଉଭୟ ଟ୍ରେନ୍‌ରେ କଟିଯାଇଥିଲେ।ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

loading...

Leave A Reply

Your email address will not be published.