Breaking

ମହିଳା ମାନଙ୍କୁ କାହିଁକି କୁହାଯାଏ ରହସ୍ୟମୟୀ !

0

ମହିଳାମାନଙ୍କ ବିଷୟରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ଜାଣିଥାନ୍ତି । କିନ୍ତୁ କିଛି ସମୟର ଦେଖା ପରେ ପୁରୁଷମାନେ ମହିଳାମାନଙ୍କ ବିଷୟରେ ସବୁ ଜାଣି ସାରିଛନ୍ତି ବୋଲି ଭାବି ନିଅନ୍ତି । କିନ୍ତୁ ସେମାନେ ଜାଣି ନଥାନ୍ତି ମହିଳାମାନଙ୍କୁ ଜାଣିବା ଏବଂ ସେମାନଙ୍କ ମନରେ କ’ଣ ରହିଛି ତାହା ଜାଣିବା କେତେ କଷ୍ଟ ।

କିଛି ଏମିତି କଥା ଥାଏ ଯାହାକୁ ମହିଳାମାନେ କାହା ସହ ସେୟାର କରନ୍ତି ନାହିଁ । ଯେଉଁ ପୁରୁଷମାନେ ମହିଳାମାନଙ୍କ ବିଷୟରେ ସବୁ ଜାଣିଛନ୍ତି ବୋଲି କହନ୍ତି ସେମାନଙ୍କୁ ଏ ବିଷୟରେ ଦ୍ୱିତୀୟ ଥର ଭାବିବା ଦରକାର । ଆଜି ଆମେ ମହିଳାମାନଙ୍କ ସହ ଜଡ଼ିତ କିଛି ଏମିତି କଥା ଜଣାଇବୁ ଯାହାକି ପୁରୁଷମାନଙ୍କୁ ଦ୍ୱିତୀୟ ଥର ଭାବିବାକୁ ବାଧ୍ୟ କରିବ ।

୧. ପ୍ରତ୍ୟକ ମହିଳାମାନଙ୍କୁ ସର୍‌ପ୍ରାଇଜ୍‌ ବହୁତ ଭଲ ଲାଗେ । ତାଙ୍କ ସାଥୀ ତାଙ୍କୁ କିଛି ସର୍‌ପ୍ରାଇଜ୍‌ କଲା ଭଳି ଜିନିଷ ଉପହାର ଦିଅନ୍ତୁ ଏହା ମହିଳାମାନେ ଆଶା ରଖିଥାନ୍ତି । ଦାମୀ ଉପହାର ବ୍ୟତୀତ ସେମାନେ ଛୋଟ ଗୋଲାପ ଫୁଲଟିଏ ପାଇଲେ ମଧ୍ୟ ଖୁସି ହୋଇ ଯାଆନ୍ତି । ଯଦି ଆପଣ କାହାକୁ ଆପଣଙ୍କର ମନ କଥା କହିବାକୁ ଚାହୁଁଛନ୍ତି ତେବେ ଦାମୀ ଉପହାର ବଦଳରେ ଯଦି ଗୋଟେ ଗୋଲାପ ଫୁଲ ଦିଅନ୍ତି ତା’ ହେଲେ ସେମାନେ ଅଧିକ ଖୁସି ହେବେ ।
୨. ମହିଳାମାନେ ପୁରୁଷମାନଙ୍କର ପୋଷାକ ପରିଧାନକୁ ଦେଖି ଆକର୍ଷିତ ହୁଅନ୍ତି । କିନ୍ତୁ ସେ ଏହା କେବେ ଜଣାନ୍ତି ନାହିଁ । ସେଥି ପାଇଁ ସବୁ ପୁୁରୁଷମାନଙ୍କୁ ନିଜ ପୋଷାକ ପରିଧାନ ଉପରେ ଧ୍ୟାନ ଦେବା ନିହାତି ଦରକାର ।

୩.କିଛି ଲୋକଙ୍କର ଭୁଲ ଧାରଣା ରହିଛି କି ଯେଉଁ ପୁରୁଷମାନେ ମହିଳାମାନଙ୍କର ପ୍ରଶଂସା କରନ୍ତି ମହିଳାମାନେ ଖାଲି ସେମାନଙ୍କୁ ପସନ୍ଦ କରନ୍ତି। କିନ୍ତୁ ତାହା ସଂପୂର୍ଣ୍ଣ ସତ୍ୟ ନୁହେଁ । ପ୍ରଶଂସା ସହ ଯେଉଁ ପୁରୁଷମାନେ ମହିଳାମାନଙ୍କର ଖରାପ ଗୁଣ ବିଷୟରେ ଜଣାଇ ତାକୁ ପରିବର୍ତ୍ତନ କରାଇବାକୁ କହିଥାନ୍ତି, ସେଭଳି ପୁରୁଷମାନଙ୍କୁ ମଧ୍ୟ ମହିଳାମାନେ ଅଧିକ ପସନ୍ଦ କରନ୍ତି ।

୪. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଥା ହେବା ସମୟରେ ତାଙ୍କ ସାଥୀ ତାଙ୍କ କଥାକୁ କେତେ ଗୁରୁତ୍ୱ ଦେଉଛନ୍ତି, ସେଥିପ୍ରତି ମହିଳାମାନେ ଅଧିକ ଧ୍ୟାନ ଦେଇଥାନ୍ତି ।

୫. ସାଧାରଣତଃ ମହିଳାମାନେ ଭାବୁକ ହୋଇଥାନ୍ତି । ଯେଉଁ ପୁରୁଷମାନେ ସେମାନଙ୍କ ଭାବନାକୁ ବୁଝି ତାଙ୍କ ମନରେ କ’ଣ ଚାଲିଛି ତାହା ଜାଣିବାକୁ ଚେଷ୍ଟା କରିଥାନ୍ତି, ସେଭଳି ପୁରୁଷମାନଙ୍କୁ ଜୀବନସାଥୀ ଭାବେ ଚୟନ କରିବାକୁ ମହିଳାମାନେ ପସନ୍ଦ କରିଥାନ୍ତି ।

loading...

Leave A Reply

Your email address will not be published.