Breaking

ପରକୀୟ ପ୍ରୀତି ! ଲୋକଲଜ୍ଜା ଭୟରେ ଦିଅର-ଭାଉଜଙ୍କ ଆତ୍ମହତ୍ୟା

0

ନିଶ୍ଚିନ୍ତକୋଇଲି: ପରକୀୟ ପ୍ରୀତିର ଭୟଙ୍କର ପରିଣତି ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ କେନ୍ଦୁପଟଣା ପଞ୍ଚାତର ଖଣ୍ଡଗାଁ ଗ୍ରାମରେ।ଲୋକଲଜ୍ଜା ଭୟରେ ବେକରେ ରଶି ଦେଇ ଦିଅର ଓ ଭାଉଜ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ଗତକାଲି ବିଳମ୍ବିତ ରାତିରେ ସଂପର୍କୀୟ ଦିଅର ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ଉଭୟଙ୍କୁ ଏକାଠି ଘର ଭିତରେ ଦେଖି ପରକୀୟା ପ୍ରୀତି ସନ୍ଦେହରେ ଘର ଲୋକେ ବାହାରପଟୁ କବାଟ ଦେଇ ପୁଲିସ୍‌କୁ ଖବର ଦେଇଥିଲେ।ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବା ବେଳକୁ ଘରର ସିଲିଂ ଫ୍ୟାନ୍‌ରେ ଉଭୟ ସର୍ମ୍ପକୀୟ ଭାଉଜ, ଦିଅରଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏ ନେଇ ପୁଲିସ ତଦନ୍ତ ଚଳାଇଥିବା ବେଳେ ତାଙ୍କ ପୁଅକୁ ହତ୍ୟା କରି ସେଠାରେ ଝୁଲାଇ ଦିଆଯାଇଥିବା ଭାଉଜଙ୍କ ବାପା ଅଭିଯୋଗ କରୁଛନ୍ତି।

You May Like Here:
            ⇓

loading...

Leave A Reply

Your email address will not be published.