Breaking

ବିଦ୍ୟୁତ୍ ଝଟକା ଲାଗିିଛି କି ? ଏମିତି କରନ୍ତୁ ଚିକତ୍ସା, ଯିବାକୁ ପଡ଼ିବନି ହସ୍ପିଟାଲ୍

0

ବିଦ୍ୟୁତ ଝଟକା ମଣିଷ ଜୀବନ ନେଇପାରେ । ଅନେକ ସମୟରେ ବିଦ୍ୟୁତ ଝଟକା ଲାଗିବା ପରେ ଏହାଯୋଗୁଁ ଆପଣଙ୍କ ହାର୍ଟ ବିଟ୍ ବନ୍ଦ ହୋଇଯିବାର ଭୟ ଥାଏ । ଆଉ ବେଳେବେଳେ କରେଣ୍ଟ ଲାଗିବା ପରେ ଜଳାପୋଡା ହୋଇଥାଏ । କିନ୍ତୁ ଜୋର କରେଣ୍ଟ ଲାଗିଲେ ଏହା ସିଧା ସଳଖ ଆମ ହାର୍ଟ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏଭଳି ଉପାୟ, ଯାହାଦ୍ୱାରା ଆପଣ କରେଣ୍ଟ ଲାଗିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇପାରିବେ ।

– ସାହାଯ୍ୟ ପାଇଁ ହାତ ବଢାଇବା ପୂର୍ବରୁ ଏକଥା ଉପରେ ଧ୍ୟାନ ଦିଅନ୍ତୁ କି, ଆଖପାଖରେ ଏମିତି କୌଣସି ଜିନିଷ ନାହିଁ ତ ଯେଉଁଥିରେ କରେଣ୍ଟ ଥିବ । ଆପଣ ଜାଣିବା ଦରକାର ଲୁହା କିମ୍ବା ପାଣି ଜିନିଷରେ କରେଣ୍ଟ ଶୀଘ୍ର ଧରିଥାଏ । ଆପଣ ତୁରନ୍ତ ଜରୁରୀକାଳୀନ ହେଲ୍ପଲାଇନରେ କଲ୍ କରନ୍ତୁ ।

-ବ୍ୟକ୍ତିକୁ କରେଣ୍ଟ ଲାଗିଥିବା ଜିନିଷଠାରୁ ଅଲଗା ରଖନ୍ତୁ । ଏଥିପାଇଁ ପାୱାର ଅଫ୍ କରିଦିଅନ୍ତୁ କିମ୍ବା ଯନ୍ତ୍ରପାତିକୁ ଅଲଗା କାଢି ଦିଅନ୍ତୁ । ଯଦି ଏମିତି ନକରି ପାରିବେ ତାହେଲେ ଶୁଖିଲା ବାଡି ଆଣନ୍ତୁ ଷ୍ଟୁଲ ଉପରେ ଛିଡା ହୋଇ ବାଡିରେ ବ୍ୟକ୍ତି ଜଣଙ୍କୁ କରେଣ୍ଟଠାରୁ ଅଲଗା କରନ୍ତୁ । କରେଣ୍ଟ ଲାଗିଥିବା ବ୍ୟକ୍ତିଙ୍କୁ ଭୁଲରେ ବି ଛୁଅଁନ୍ତୁ ନାହିଁ , ଏହାଦ୍ୱାରା ଆପଣ ବି କରେଣ୍ଟ ସଂସ୍ପର୍ଶରେ ଆସିପାରନ୍ତି ।

– କରେଣ୍ଟ ଲାଗିଥିବା ଜିନିଷଠାରୁ ଅଲଗା କରିବା ପରେ ବ୍ୟକ୍ତି ଜଣଙ୍କୁ ରିକଭରି ପୋଜିସନରେ ଶୁଆଇ ଦିଅନ୍ତୁ । ଏହି ପୋଜିସନରେ ବ୍ୟକ୍ତି ଜଣଙ୍କର ଗୋଟେ ହାତକୁ ମୁଣ୍ଡ ତଳେ ଏବଂ ଅନ୍ୟ ହାତଟିକୁ ସିଧା ରହିଥାଏ । ଗୋଟେ ଗୋଡ ସିଧା ରହିଥିଲେ ଅନ୍ୟ ଗୋଡଟି ମୋଡି ହୋଇ ରହିଥାଏ । ଏହାପରେ ବ୍ୟକ୍ତି ଜଣଙ୍କ ଥୋଡି ଉଠାଇ ଦେଖନ୍ତୁ ସେ ନିଃଶ୍ୱାସ ନେଉଛନ୍ତି ନା ନାହିଁ ।

– ଯଦି ବ୍ୟକ୍ତି ଜଣଙ୍କ ନିଃଶ୍ୱାସ ନେଉଥିବେ ଏବଂ ଟିକେ ଜଳି ଯାଇଥିବେ । ତେବେ ତାକୁ ପାଣିରେ ଧୋଇଦିଅନ୍ତୁ । ବ୍ୟକ୍ତି ଜଣଙ୍କୁ କମ୍ବଳରେ ଘୋଡାନ୍ତୁ ନାହିଁ ।

– ଯଦି ବ୍ଲିଡିଂ ହେଉଛି, ତାହେଲେ ବ୍ଲଡ ବାହାରୁଥିବା ଯାଗାକୁ ସଫା କରିଦିଅନ୍ତୁ ଓ ଗୋଟେ କପଡାରେ ବାନ୍ଧି ଦିଅନ୍ତୁ ।

– ଯଦି ବ୍ୟକ୍ତି ଜଣଙ୍କଠାରେ ନିଃଶ୍ୱାସ ନେବା, କାସିବା ଭଳି କୌଣସି ଗତିବିଧି ସଙ୍କେତ ନମିଳିିଲା, ତାହେଲେ ସିପିଆର୍ ଆରମ୍ଭ କରିଦିଅନ୍ତୁ । ଏହି ପ୍ରାଥମିକ ଚିକିତ୍ସା ଦ୍ୱାରା କେହି ବେହୋସ ଥିବା ବ୍ୟକ୍ତିର ହାର୍ଟ ଓ ଫୁସଫୁସକୁ ପୁନଃ ହୋସକୁ ଆଣି ହେବ । ଯଦି ବ୍ୟକ୍ତି ଜଣଙ୍କ ନିଃଶ୍ୱାସ ନେଉଥିବ, ତେବେ ସିପିଆର୍ କରନ୍ତୁ ନାହିଁ ।
ଧ୍ୟାନ ରଖନ୍ତୁ କରେଣ୍ଟ ଲାଗିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକ । ସେ ବ୍ୟକ୍ତି ଜଣଙ୍କ ଘଟଣା ପରେ ଠିକ୍ ନଥାଉ ନା କାହିଁକି ।

loading...

Leave A Reply

Your email address will not be published.