Breaking

ଅସୁରକ୍ଷିତ ରାଜଧାନୀ ! ରେଳ ଷ୍ଟେସନ୍‌ରୁ ଡାକ୍ତରଙ୍କ ମୃତ ଦେହ ଉଦ୍ଧାର

0

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନ୍‌ର ୧ନମ୍ବର ପ୍ଲାଟ୍‌ଫର୍ମରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ବିଏମ୍‌ସିର ଆଡ୍‌ହକ୍‌ର ଅବସରପ୍ରାପ୍ତ ଡାକ୍ତର ଡ. ରବିନ୍ଦ୍ର ନାଥ ରଥ । ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ତାଙ୍କ ମୃତ ଦେହକୁ ରେଲୱେ ପୋଲିସ ଜବତ କରିଛି । ଗତକାଲି ରାତିରେ ଡ. ରବିନ୍ଦ୍ର ରଥ ସାମନ୍ତରାପୁରସ୍ଥିତ କ୍ଲିନିକ୍‌ରୁ ବାହାରିଥିଲେ । କିନ୍ତୁ ଘରକୁ ଫେରି ନ ଥିଲେ । ରେଲୱେ ପୋଲିସ ଗତକାଲି ରାତି ୧୦ଟାରେ ଡାକ୍ତର ମୃତ ଦେହକୁ ୧ ନମ୍ବର ପ୍ଲାଟ୍‌ଫର୍ମରୁ ଉଦ୍ଧାର କରିଥିଲା । ଟ୍ରେନ୍‌ରୁ ଖସି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।ହେଲେ ତାଙ୍କ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ବରଗଡ଼ ମେଡିକାଲରେ କାର୍ୟ୍ୟରତ ଥିଲେ ରବୀନ୍ଦ୍ର ନାଥ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

loading...

Leave A Reply

Your email address will not be published.