Breaking

ଆଜିଠାରୁ ବିଧାନସଭା ଶୀତ ଅଧିବେଶନ

0

ଭୁବନେଶ୍ୱର:ଆଜିଠାରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏହା ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି। ସେଥିରୁ ୧୯ଟି ସରକାରୀ ଥିବା ବେଳେ ୪ଟି ବେସରକାରୀ ଦିବସ ରହିଛି। ଏହି ଅଧିବେଶନରେ ନଭେମ୍ବର ୨୧ରେ ପ୍ରଫେଟ ମହମ୍ମଦଙ୍କ ଜନ୍ମ, ୨୩ ରେ ରାସପୂର୍ଣ୍ଣିମା ଯୋଗୁ ଗୃହ କାର୍ଯ୍ୟ ବନ୍ଦ ରହିବ। ସେହିପରି ଡିସେମ୍ବର ୮ ଓ ୯ ମାସର ଦ୍ୱିତୀୟ ଶନିବାର ଓ ରବିବାର ପାଇଁ ଗୃହ କାର୍ଯ୍ୟ ବନ୍ଦ ରହିବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବିରୋଧୀ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରୁଥିବା ବେଳେ ସରକାରୀ ଦଳ ମଧ୍ୟ ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଛି।

loading...

Leave A Reply

Your email address will not be published.