Breaking

ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ : କାଲିଠାରୁ କାର୍ଯ୍ୟରେ ଯୋଗ ଦେବେ

0

କଟକ: ଦୀର୍ଘ ୭୮ଦିନ ଧରି ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ବୁଧବାର ଦିନ ମଧ୍ୟାହ୍ଣ ୧ଟାରେ ହାଇକୋର୍ଟ ବାର ଆସୋସିଏସନ୍‌ର ସାଧାରଣ ବୈଠକରେ ଏହି ଆନ୍ଦୋଳନ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ହୋଇଛି। ଅନ୍ୟ ପକ୍ଷରେ ଏଭଳି ପରିସ୍ଥିତିର ପୁନରାବୃତ୍ତି ନ ଘଟିବା ଲାଗି ଏକ ଗାଇଡଲାଇନ୍‌ ପ୍ରସ୍ତୁତ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଭଳି ଘଟଣାର ଅନୁଧ୍ୟାନ ଲାଗି ଏକ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।ଗଣ୍ଡଗୋଳ ଘଟଣାରେ ୩ ପୁଲିସ କର୍ମଚାରୀ କ୍ଷମା ମାଗିବା ପରେ ବିବାଦର ସମାଧାନ ହେବା ସହ ଓକିଲମାନଙ୍କ ଅାନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ବାର୍ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଅାଯାଇଛି।

ଅାଜି କଟକ ପୁଲିସ-ଓକିଲ ବିବାଦ ମାମଲାରେ ଜଣେ ହାବିଲଦାର ଓ ୨ଜଣ କନେଷ୍ଟବଳ ନିଃସର୍ତ୍ତ କ୍ଷମା ମାଗିଥିଲେ। କଟକରେ ଜଣେ ଓକିଲଙ୍କୁ ପୁଲିସ କର୍ମଚାରୀ ମାଡ଼ ମାରିବା ଅଭିଯୋଗ କରି ଅଗଷ୍ଟ ୨୯ ତାରିଖରୁ ଓକିଲମାନେ ଅାନ୍ଦୋଳନ ଚଳାଇଥିଲେ। ଏଥିଯୋଗୁ କୋର୍ଟ କାର୍ଯ୍ୟ ଚାଲି ପାରୁ ନଥିଲା।ଏହି ବୈଠକରେ ଆନ୍ଦୋଳନରୁ ଓହରିବା ନିଷ୍ପତ୍ତି ହେବା ସହ ଆସନ୍ତା କାଲିଠାରୁ କାର୍ଯ୍ୟରେ ଯୋଗ ଦେବା ଲାଗି ସ୍ଥିର ହୋଇଛି।

loading...

Leave A Reply

Your email address will not be published.