Breaking

ଆସନ୍ତାକାଲି ଓଡିଶା ଆସୁଛନ୍ତି ମୋଦି : ଦାୟିତ୍ୱରେ ରହିବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ

ସାଧାରଣ ସଭାରେ ପାଣି ପାଉଜ ଓ ବୋତଲ ମନା

0

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ଭୁବନେଶ୍ୱର IIT କ୍ୟାମ୍ପସ୍‌ର ଶୁଭ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ସ୍ଥାନୀୟ ଗୋଶାଳା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହା ପୂର୍ବରୁ ଆଜି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦୟ ପ୍ରିୟଦର୍ଶୀ ଓ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟ ଗୋଶାଳରେ ହେବାକୁ ଥିବା ଏହି ସାଧାରଣ ସଭାରେ ହଜାର ହଜାର ଲୋକ ଏକତ୍ରିତ ହେବେ । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୪୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ ।ସେହିପରି ମୋଦିଙ୍କ ସଭାସ୍ଥଳକୁ ପାଣି ପାଉଚ ଓ ପାଣି ବୋତଲ ମନା । ଏହା ସହିତ ୪ ଜଣ ଏସ୍‌ପି, ୩୦ ଜଣ ଡିଏସ୍‌ପି ଓ ୧୦ ଏସ୍‌ପି ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି ।
ଆସନ୍ତାକାଲି ଦିନ ୧ଟା୫ରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଆଇଆଇଟି ଭୁବନେଶ୍ୱରରେ ପହଞ୍ଚିବେ। ଦିନ ୧ଟା ୪୦ରୁ ୨ଟା ୨୦ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଅପରାହ୍ନ ପ୍ରାୟ ୨ଟା ୩୦ରେ ପ୍ରଧାନମନ୍ତ୍ରୀ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେଠାରୁ ଫେରି ଅପରାହ୍ନ ୪ଟାରେ ମୋଦି ଦିଲ୍ଲୀ ଫେରିଯିବେ।

loading...

Leave A Reply

Your email address will not be published.