Breaking

ବିନା ନାମ ଫଳକରେ ଚାଲିଛି ଅବକାରୀ ବିଭାଗ

0

ରାୟଗଡା(ପ୍ରୟାସ କୁମାର ପୃଷ୍ଟି) :ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଅସ୍ଥାୟୀ ଅବକାରୀ ବିଭାଗ ଅଫିସରେ ଦୀଘ ୫ରୁ୬ ବର୍ଷ ହେଲା ଲାଗିପାରୁ ନାହିଁ ନାମ ଫଳକ । ବିଭିନ୍ନ ପ୍ରତିଷ୍ଠାନ ସରକାରୀ ଓ ବେସରକାରୀ କାଯ୍ୟାଳୟରେ ନାମ ଫଳକ ଲେଖିବାକୁ ସରକାର ନିର୍ଦେଶ ନାମ ଜାରି କରିଥିଲେ । ଅବକାରୀ ବିଭାଗ ଓଡ଼ିଶା ସରକାରଙ୍କଖଜଣା ଆଦାୟ କରିବା ରେଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୂଅଛି ।ଅବକାରୀ ବିଭାଗ ର ଟିକସରୁ ରାଜକୋଷକୁ ଯଥେଷ୍ଟ ଅଥ ଯାଉଛି । କିନ୍ତୁ ୬ ବର୍ଷ ତଳେ ବିଷମକଟକ ଜଗନ୍ନାଥ ମନ୍ଦିର ପାଖରେ ପୁରୁଣା ବ୍ଳକ ଠାରେ ଏକ ନିଯସ୍ୱ କାଯ୍ୟାଳୟ ଥିଲା ସେହି କାଯ୍ୟାଳୟଟି ବହୁତ ପୁରୁଣା । ବର୍ତମାନ ସେହି ଘରର ଅବସ୍ଥା ବିପଦ ସଂକୁଳ ହୋଇ ପଡିଥିବାରୁ ସେଠାରେ ଅଫିସ ଚଳାଇବା କଷ୍ଟକର ହୋଇପଡିଥିଲା । ତେଣୁ ଆଜିକୁ ୫ରୁ ୬ ବର୍ଷ ହେଲାଣି ସ୍ତାନିୟ ଫରେଷ୍ଟର ଅଫିସ ପାଖରେ ଥିବା ଏକ ଘରୋଇ କୋଠାର ଭଡ଼ା ଘରେ କାର୍ଯ୍ୟାଳୟ ଚାଲୁଛି ।ଏହି ଭଡା ଘରେ ନାମ ଫଳକ ନ ଲଗାଇ ଅବକାରୀ ବିଭାଗ ଅଫିସଚଳାଇବା ଲୋକ ମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାଯ୍ୟାଳୟର ନାମ ଫଳକ ଓଡ଼ିଆ ରେ ଲେଖିବା ପାଇଁ ସରକାରଙ୍କ କଡା ନିର୍ଦେଶ ରହିଥିବା ବେଳେ ଏହି ଆଦେଶ କୁ ଅବକାରୀ ବିଭାଗ ବେଖାତିର ଭାବେ ନେଇଛି ।କିନ୍ତୁ ଲୋକେ ନାମଫଳକ ଦେଖି ନିଜର କାଯ୍ୟ ସମ୍ପାଦନ କରିବା କରିବା ପାଇଁ ଆଗେଇ ଆସିଥାନ୍ତି । ତେବେ ବିଷମକଟକ ବ୍ଳକ ରେ ୫୦ ରୃ ଉର୍ଧ୍ଵ ମଦ ମାଫିଆ ମାନଙ୍କୁ ବିନି ନାମଫଳକ ରେ ଚାଲୁଥିବା ଅବକାରୀ ବିଭାଗ ଅଫିସ ମଦ ମାଫିଆକୁ ଏକ ପ୍ରକାର ସାହସ ଦେଇ ଛତ୍ରଛାୟା ତଳେ ରଖୁଥିବା ର ଅଭିଯୋଗ ହେଉଛି । ଏଣୁ ଲୋକେ ଅଭିଯୋଗ କରିବାକୁ ଖୋଜି ଖୋଜି ଫେରି ଯାଉଛନ୍ତି ।

loading...

Leave A Reply

Your email address will not be published.