Breaking

ଭୁବନେଶ୍ୱର ପହଂଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

0

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶଖର ରାଓ (କେସିଆର) ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଂଚିଛନ୍ତି। ମୁଖ୍ୟମନ୍ତ୍ରୀ କେସିଆର ସପରିବାର ସହିତ ଭୁବନେଶ୍ୱର ଆସିଛନ୍ତି।ସଂଧ୍ୟାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ। ନବୀନ ନିବାସରେ ରାତ୍ରିଯାପନ କରିବେ ବୋଲି ଚର୍ଚ୍ଚା ହେଉଛି। କେସିଆର ସେଠାରେ ରାତ୍ରିଯାପନ କରି ବିଜେଡି ସଭାପତି ନବୀନଙ୍କ ସହ ଆଲୋଚନା କରିବେ। ଏହାକୁ ନେଇ ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। ନିକଟରେ କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟ ଏବଂ ଭାଜପାକୁ ବିଧାନସଭା ନିର୍ବାଚନରେ ମାତ୍‌ ଦେଇ କେସିଆର ଦ୍ୱିତୀୟଥର ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନବୀନ ପଟ୍ଟନାୟକ ମଧ୍ୟ ଏକ ପ୍ରଭାବଶାଳୀ ଆଞ୍ଚଳିକ ଦଳର ନେତା ଭାବେ ପ୍ରତିଷ୍ଠିତ। ଉଭୟ ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏ ଏବଂ ବିରୋଧୀ ଉପାଠାରୁ ସମାନ ରାଜନୈତିକ ଦୂରତ୍ୱ ଅବଲମ୍ବନ କରୁଛନ୍ତି। କେସିଆର ସୋମବାର ପୁରୀ ଯାଇ ଶ୍ରୀଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ସେ ସନ୍ଧ୍ୟାରେ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାତ୍ରା କରିବେ। କୋଲକତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

loading...

Leave A Reply

Your email address will not be published.