Breaking

ପଲିମର୍ସ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍ ଲିକ୍ ୧୦ ମୃତ; ଶତାଧିକ ଅସୁସ୍ଥ

0

ବିଶାଖାପଟନମ୍‌: ଆର.ଆର ଭେଙ୍କଟାପୁରମରେ ଅବସ୍ଥିତ ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ ଲିକ ହୋଇଛି। ଗୁରୁବାର ସକାଳେ ଏହି ଘଟଣା ଘଟିଛି। ଏହି ବିଷାକ୍ତ ଗ୍ୟାସ ଯୋଗୁଁ କାରଖାନାର ତିନି କିଲୋମିଟର ପ୍ରଭାବିତ ହୋଇଛି |ବିଷାକ୍ତ ବାଷ୍ପ ଅନ୍ୟୂନ ୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନେକ ଅସୁସ୍ଥ ହୋଇପଡ଼ିଛନ୍ତି।ଏହି ସମୟରେ ପାଞ୍ଚଟି ଗାଁକୁ ସ୍ଥାନାନ୍ତର କରାଯାଇଛି।ଗ୍ୟାସ ପ୍ରଭାବରେ ୫୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଲେଣି । ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଗ୍ୟାସ ଯୋଗୁ ଲୋକଙ୍କର ଆଖି ପୋଡ଼ିବା, ମୁଣ୍ଡ ବିନ୍ଧିବା ସହ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି। ଗୋପାଳପଟ୍ଟନମ୍ ପାଖ ଭେପାଗୁଣ୍ଟାରେ ଥିବା ‘ଏଲ୍‌ଜି ପଲିମରର୍ସ’ କାରଖାନାରୁ ବାଷ୍ପ ନିର୍ଗତ ହୋଇଥିବା କଥା ଗ୍ରେଟର୍‌ ବିଶାଖାପଟ୍ଟନମ୍ ମ୍ୟୁନିସ୍‌ପାଲ୍ କର୍ପୋରେସନ୍ କମିସନର୍ ସୃଜନ ଗୁମ୍ମାଲ୍ଲା କହିଛନ୍ତି। ତେବେ ଗ୍ୟାସ ଲିକ ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି କମ୍ପାନୀ ନିକଟରେ ୫ କିଲୋମିଟର ପରିଧିରେ ରହିଥିବା ସମସ୍ତ ଲୋକଙ୍କୁ ଘର ଖାଲି କରି ଦୁରକୁ ଚାଲି ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଦମକଳ ବାହିନୀ ସହ ନୌସେନାର କିଛି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୦୦ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

loading...

Leave A Reply

Your email address will not be published.