Breaking

ଅଭିଶପ୍ତ ଗ୍ରାମ ଯେଉଁଠି ୪୦୦ବର୍ଷରେ ଜନ୍ମ ହୋଇ ନାହାନ୍ତି କୌଣସି ନବଜାତ

0

ନୂଆଦିଲ୍ଲୀ: ଭାରତରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠି ୪୦୦ବର୍ଷରେ କୌଣସି ନବଜାତର ଜନ୍ମ ହୋଇ ନାହିଁ। ମଧ୍ୟପ୍ରଦେଶର ରାଜଘାଟ ଜିଲାର ସଙ୍କ ଶ୍ୟାମ ଜୀ ଗ୍ରାମବାସୀଙ୍କ ମତ ଅନୁଯାୟୀ ଏହି ଗ୍ରାମକୁ ମିଳିଛି ଏଭଳି ଅଭିଶାପ। ଯାହା ଫଳରେ ଏହି ଗ୍ରାମର ମହିଳାଙ୍କୁ ଗ୍ରାମ ବାହାରେ ଯାଇ ନବଜାତକୁ ଜନ୍ମ କରିବାକୁ ପଡ଼ୁଛି। ଏହାର ବ୍ୟତିକ୍ରମ ହେଲେ ହୁଏତ ଶିଶୁ ଦିବ୍ୟାଙ୍ଗ ଜନ୍ମ ହେବ ନଚେତ ନବଜାତର ମା’ର ମୃତ୍ୟୁ ହେବ ବୋଲି ବିଶ୍ୱାସ କରନ୍ତି ଗ୍ରାମବାସୀ। ୧୬ଶହ ଶତାବ୍ଦିରେ ଜଣେ ଦେବତାଙ୍କ ଅଭିଶାପ ଏହି ଗ୍ରାମ ଉପରେ ପଡ଼ିଥିଲା। ଏହାର ପ୍ରଭାବରେ ଦୀର୍ଘ ୪୦୦ ବର୍ଷ ମଧ୍ୟରେ ଏହି ଗ୍ରାମରେ ଜନ୍ମ ହୋଇ ନାହାନ୍ତି କୌଣସି ନବଜାତ। ଏପରିକି ଗ୍ରାମବାସୀଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ ଗାଁ ମଧ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଉଦ୍ୟମ କରାଯାଇ ଥିଲା। ହେଲେ ଉକ୍ତ ମନ୍ଦିର ନିର୍ମାଣ ହେବା ପୂର୍ବରୁ ଭୁଷୁଡ଼ି ପଡ଼ିଥିଲା। ଏଭଳି ଏକ ଲୋକକଥା ଓ ବିଶ୍ୱାସକୁ ନେଇ ଗ୍ରାମବାସୀଙ୍କ ଦ୍ୱାରା ଗ୍ରାମ ବାହାରେ ଏକ ଘର ନିର୍ମାଣ କରାଯାଇଛି। ଏହି ଘରେ ଆବଶ୍ୟକ ପଡ଼ିଲେ ଗ୍ରାମର ମହିଳାମାନେ ନବଜାତକୁ ଜନ୍ମ ଦେଇଥାନ୍ତି।
ସମୟ ବଦଳିବା ସହ ଲୋକଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି। ଏବେ ମଧ୍ୟ ଗ୍ରାମର ୯୦ପ୍ରତିଶତ ମହିଳା ଗ୍ରାମ ବାହାରେ ଥିବା ଡାକ୍ତରଖାନାରେ ନିଜ ସନ୍ତାନକୁ ଜନ୍ମ ଦେବା ସୁରକ୍ଷିତ ମଣୁଥିବାବେଳେ ଆବଶ୍ୟକସ୍ଥରେ ଗ୍ରାମବାହାରେ ଥିବା ଘରକୁ ମଧ୍ୟ ଶିଶୁଙ୍କୁ ଜନ୍ମ ଦେବା ପାଇଁ ବ୍ୟବହାର କରାଯାଇ ଥାଏ। ଏହି ପ୍ରକ୍ରିୟାକୁ କିଛି ଅନ୍ଧବିଶ୍ୱାସ ଭାବି ଗ୍ରାମରେ ନବଜାତ ପ୍ରସବ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ନବଜାତ ବିକୃତ ମସ୍ତିସ୍କ ହେବା ଅଥବା ତା’ର ମୃତ୍ୟୁ ହେବା ପରେ ଘଟଣା ଘଟିଯାଇଛି ଏହି ଗ୍ରାମରେ। ଏଭଳି ଅଭିଶାପରୁ ନିଜକୁ ମୁକ୍ତ କରିବା ପାଇଁ ଦୀର୍ଘ ବର୍ଷ ଧରି ଏହି ଗ୍ରାମରେ ଆମିଷ ଓ ମଦ୍ୟପାନ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି।

loading...

Leave A Reply

Your email address will not be published.