Breaking

ଥାନାରୁ ଚମ୍ପଟ ମାରି ଯୁବକଙ୍କ ଆତ୍ମହତ୍ୟା

0

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଥାନାରୁ ଚମ୍ପଟ୍‌ ମାରି ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ନାଁ ଅବିନାଶ ପାଇଟଳ।ରାତି ପ୍ରାୟ ୧୦ଟା ବେଳେ ସେ ଶୌଚ ଯିବାକୁ କହି ଖସି ପଳାଇ ଯାଇଥିଲେ।ପୁଲିସ୍‌ ତାଙ୍କୁ ଧରିବା ପାଇଁ ବହୁତ ଖୋଜାଖୋଜି କରିଥିଲା। ହେଲେ ପାଇ ନଥିଲା।ପରେ ପୁଲିସ୍‌ ଖବର ପାଇ ଥାନା ନିକଟରେ ଥିବା ଜଣଙ୍କ ସିଡ଼ି ଘରୁ ଅଭିଯୁକ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଅବିନାଶଙ୍କୁ ପିଟିପିଟି ମାରିଦେଇଥିବା ପରିବାର ଲୋକ ଓ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଉତ୍ତ୍ୟକ୍ତ ଲୋକେ ବାଲଣା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

loading...

Leave A Reply

Your email address will not be published.