Breaking

ତେଲ ଉପରେ ବଢିଲା ଭାଟ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବଢ଼ାଇଲେ ରାଜ୍ୟ ସରକାର । ପେଟ୍ରୋଲ ଉପରେ ୨୬%ରୁ ୩୨%କୁ ଭାଟ୍ ଦର ବୃଦ୍ଧି କରିଛନ୍ତି । ଏହା ପରେ ପଟ୍ରୋଲ ଦର ଲିଟର ପିଛା ୩ଟଙ୍କା ୧୧ ପଇସା ବୃଦ୍ଧି ଘଟିଛି । ୧୭ ତାରିଖ ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ଏହା ପରେ ଭୁବନେଶ୍ୱରେ ପେଟ୍ରୋଲ ପିଛା ୭୧ଟଙ୍କା ୬୯ ପଇସାରେ ପହଞ୍ଚିଛି ।ସେହିପରି ଡିଜେଲ ଉପରେ ୨୬%ରୁ ୨୮%କୁ ଭାଟ୍ ବୃଦ୍ଧି । ଏହାଦ୍ୱାରା ଡିଜେଲ ଲିଟର ପିଛା ୧.୦୩ ପଇସା ବୃଦ୍ଧି ହୋଇଛି । ଏହାପରେ ଭୁବନେଶ୍ୱର ରିଟେଲ ମାର୍କେଟରେ ଡିଜେଲ ଦର ଲିଟର ପିଛା ୬୭ ଟଙ୍କା ୭୩ ପଇସାରେ ପହଞ୍ଚିଛି । ପୂର୍ବରୁ ଭାରତ ସରକାର ପଟ୍ରୋଲ ଉପରେ ସେସ୍‌ ଏବଂ ସ୍ୱତନ୍ତ୍ର ଏକ୍ସସାଇଜ୍‌ ଡ୍ୟୁଟି ବୃଦ୍ଧି କରିଛନ୍ତି । ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୩ ଟଙ୍କା ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୩୨ ଟଙ୍କା ୯୮ ପଇସା ଏବଂ ଡିଜେଲ ଲିଟର ପିଛା ୩୧.୮୩ ଆଦାୟ କରୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ତୁଳନାର କମ୍ ଟ୍ୟାକ୍ସ ଆଦାୟ କରୁଛନ୍ତି ରାଜ୍ୟ ସରକାର । ସଂଶୋଧିତ ଦର ଲାଗୁ ପରେ ରାଜ୍ୟ ସରକାର ପ୍ରତି ୧ ଲିଟର ପେଟ୍ରୋଲ ପିଛା ୧୬ ଟଙ୍କା ୬୦ ପଇସା ଏବଂ ଡିଜେଲ ବାବଦକୁ ୧୪.୩୪ ପଇସା ଆଦାୟ କରିବେ । ଅପରପକ୍ଷରେ ମାର୍ଚ୍ଚ, ଏପ୍ରିଲ ଓ ମଇ ମାସରେ ଆସାମ, ନାଗାଲାଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ହରିୟାଣା, ତାମିଲନାଡ଼ୁ ଏବଂ ଦିଲ୍ଳୀ ସରକାରଙ୍କ ପକ୍ଷରୁ ଭାଟ୍ ଓ ସେଲ୍ ଟ୍ୟାକ୍ସ ବୃଦ୍ଧି କରିଛନ୍ତି  ।

loading...

Leave A Reply

Your email address will not be published.