Breaking

ରାଜ୍ୟରେ ୭୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବଲାଙ୍ଗୀରରୁ ଚିହ୍ନଟ ହେଲେ ୨ କରୋନା ଆକ୍ରାନ୍ତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟରେ ପୁଣି ବଢିଲା କରୋନାଗ୍ରାଫ୍‌ । ଏବେ ବଲାଙ୍ଗୀରରୁ ଚିହ୍ନଟ ହେଲେ ଦୁଇ ନୂଆ ଅକ୍ରାନ୍ତ । ଦୁହେଁ ସୁରତ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିବାରୁ ସଂକ୍ରମଣର ଭୟ ନଥିବା କହିଛି ସ୍ଥାନୀୟ ପ୍ରଶାସନ । ତେବେ ନୂଆ ଆକ୍ରାନ୍ତଙ୍କୁ ମିସାଇ ଆଜି ଦିନକରେ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଯାଜପୁରର ୩୧, ଗଂଜାମର ୧୩, କଟକର ୬, କେନ୍ଦ୍ରାପଡ଼ାର ୪, ପୁରୀର ୪ , ଖୋର୍ଦ୍ଧାର ୩, ମୟୂରଭଂଜର ୨ ଏବଂ ନୟାଗଡ଼ର ୨ଟି ମାମଲା ରହିଛି ।  ଯାଜପୁରର ନୂଆ ୩୧ ମାମଲାକୁ ମିଶାଇ ୧୨୧ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଗଂଜାମରେ ୧୩ ମାମଲା ମିଶାଇ ୨୭୭ରେ ପହଞ୍ଚିଛ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ସମସ୍ତ ମାମଲାକୁ ମିଶାଇ ରାଜ୍ୟରେ  ୭୩୯କୁ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ୫୭୦ ସକ୍ରିୟ ମାମଲା ଥିବା ବେଳେ ଆଜି ୩୦ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା  ୧୯୬ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ କରୋନାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

loading...

Leave A Reply

Your email address will not be published.