Breaking

ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମୀ ଯୁଗଳ ଧରାପଡ଼ିଲେ ବିଛୁଆତି ବୋଳିବ କଳିଙ୍ଗ ସେନା

0

ଭୁବନେଶ୍ବର : ଭାଲେଣ୍ଟାଇନ ଡେରେ ଯୁବକ ଯୁବତୀଙ୍କୁ ଅଶ୍ଲୀଳ ଅବସ୍ଥାରେ ଦେଖିଲେ ସେମାନଙ୍କ ଦେହରେ ବିଛୁଆତି ଲଗାଇଦିଆଯିବ । କଳିଙ୍ଗ ସେନା ପକ୍ଷରୁ ଏହିପରି କଡା ଚେତାବନୀ ଦିଆଯାଇଛି ।ହାତରେ ବିଛୁଆତି ଧରି ପ୍ରେମ ଦିବସକୁ ହେବ ବିରୋଧ । ପ୍ରେମ ଦିବସରେ ଏକାଠି ହେଉଥିବା ପ୍ରେମୀଯୁଗଳଙ୍କ ଦେହରେ ବିଛୁଆତି ବୋଳିବାକୁ ଆଗୁଆ ଚେତାବନୀ ଦେଇଛି କଳିଙ୍ଗ ସେନା । ପ୍ରେମ ଦିବସ ପାଳନ ପାଇଁ ପ୍ରେମିକପ୍ରେମିକା ବାଛିଥିବା ସ୍ଥାନ ଗୁଡିକୁ ଟାର୍ଗେଟ କରିବ କଳିଙ୍ଗ ସେନା । ଅନ୍ୟପଟେ ଡିସିପି କହିଛନ୍ତି ଯଦି ବିଛୁଆତି ବୋଳିବା ଭଳି କିଛି କରାଯାଏ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାରି ଭିତରେ ଦେଖିବାର କଥା ଯୁବକ ଯୁବତୀମାନେ ଏତେ ସବୁ ବିରୋଧ ଭିତରେ କିପରି ମନାଉଛନ୍ତି ପ୍ରେମ ଦିବସ ।

loading...

Leave A Reply

Your email address will not be published.