Breaking

କମିଶନରେଟ୍ ପୋଲିସ ପକ୍ଷରୁ ଆପୋଷ ଯୋଜନା ଉଦଘାଟିତ

0

ଭୁବନେଶ୍ବର: ଆପୋଷ ର ଶୁଭ ଉଦଘାଟନ ଉତ୍ସବ କମିଶନରେଟ୍ କାର୍ଯାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଗୃହ ବିଭାଗର ଅତିରିକ୍ତ ମୂଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ ପୋଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ସୁସମ୍ପର୍କ ଯୋଡିବାର ନୂତନ ଯୋଜନା ଆପୋଷ କୁ ଉଦଘାଟନ କରିଥିଲେ ।
ମୂଖ୍ୟ ଅତିଥି ଭାବରେ ଆରକ୍ଷୀ ମହାନିର୍ଦ୍ଦେଶକ ଡା,ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗଦେଇ କହିଥିଲେ ଏହି ଯୋଜନା ମାଧ୍ୟମରେ ପୋଲିସ ଓ ବସ୍ତି ବାସିନ୍ଦାଙ୍କ ସହିତ ଭଲ ସମ୍ପର୍କ ରହିବ ଓ ଅପରାଧ କମିବ ।
ସମ୍ମାନୀତ ଅତିଥି ଭାବରେ କମିଶନର ସତ୍ୟଜିତ୍ ମହାନ୍ତି , ଡିସିପି ଅନୁପ ସାହୁ ଓ ଏସିପି , ଆଇ ଆଇ ସି ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନଙ୍କ ସହ ବସ୍ତି ବାସିନ୍ଦା ଯୋଗଦାନ କରିଥିଲେ ।

loading...

Leave A Reply

Your email address will not be published.