Breaking

ଉତ୍କଳୀୟମ୍ ଫାଉଣ୍ଡେସନ୍ ତରଫରୁ କରୋନା ମହାଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଉତ୍କଳୀୟମ୍ ଫାଉଣ୍ଡେସନ୍ ତରଫରୁ କରୋନା ମହାଯୁଦ୍ଧରେ ଅସହାୟମାନଙ୍କୁ ସହାୟ ହୋଇଥିବା ମହାଯୋଦ୍ଧାମାନଙ୍କୁ ଓ ବିପତ୍ତି ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ସହଯୋଗ କରିଆସିଥିବା ଯୋଦ୍ଧାମାନଙ୍କୁ ଉତ୍କଳ ସାମ୍ବାଦିକ ସଂଘର ସଭାଗୃହରେ ଫାଉଣ୍ଡେସନ୍ ଅଧ୍ୟକ୍ଷ ଶ୍ରୀ ରାଜୀବ ଲୋଚନ ପ୍ରଧାନଙ୍କ ସଭାପତିତ୍ୱରେ ଓ ରାଜ୍ୟ ସଂଯୋଜିକା ଶ୍ରୀମତୀ ସାଗରିକା ମହାନ୍ତିଙ୍କ ସଂଯୋଜନାକ୍ରମେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସମଗ୍ର ବିଶ୍ୱରେ ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀରେ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରିସାରିଲେଣି, ଯାହାର ସ୍ଥାୟୀ ଉପଚାର ଏପର୍ଯ୍ୟନ୍ତ ହୋଇପାରି ନାହିଁ  । କେବଳ ବଞ୍ଚିବାର ଏକମାତ୍ର ରାହା ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ସାନିଟାଇଜିଂ କିମ୍ବା ସାବୁନ୍‌ରେ ନିଜ ହାତକୁ ବାରମ୍ବାର ଧୋଇବା ଓ ଆବଶ୍ୟକ ନପଡ଼ିଲେ କୌଣସି ସ୍ଥାନକୁ ଯିବା ନାହିଁ, ଯାହାକୁ ନେଇ ଆମ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି କରିଛନ୍ତି  । ଏହି ମହାଯୁଦ୍ଧର ପ୍ରମୁଖ ଯୋଦ୍ଧା ଡାକ୍ତର, ନର୍ସ, ମେଡ଼ିକାଲ୍ କର୍ମଚାରୀ, ପୋଲିସ୍‌, ସରକାରୀ କର୍ମଚାରୀ (ଯିଏ ଜରୁରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି), ସଫେଇ କର୍ମଚାରୀ, ଅଙ୍ଗନବାଡ଼ି, ଆଶା କର୍ମୀ, ସାମାଜିକ ଅନୁଷ୍ଠାନ, ସାମାଜିକ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଗଣ ଏହି ଜରୁରୀ ସେବାରେ ନିଜକୁ ନିୟୋଜିତ କରିଛନ୍ତି  । ଏହି ଜରୁରୀ ପରିସ୍ଥିତିରେ ଉତ୍କଳୀୟମ ଫାଉଣ୍ଡେସନ୍ ଅସହାୟଙ୍କ ପାଇଁ ସହାୟ ହୋଇଆସୁଅଛି  । ଆଜି ଉତ୍କଳୀୟମ୍ ଫାଉଣ୍ଡେସନ୍ ତରଫରୁ ଉତ୍କଳ ସାମ୍ବାଦିକ ସଂଘ ସଭା ଗୃହ, ଭୁବନେଶ୍ୱରଠାରେ ଫାଉଣ୍ଡେସନ୍ ସଭାପତି, ଭୁବନେଶ୍ୱର ଜିଲ୍ଲା ଶ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ କରୋନା ବିପତ୍ତି ସମୟରେ କାର୍ଯ୍ୟ କରିଆସୁଥିବା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ ବିଭୂତି ଭୂଷଣ କର, ଉତ୍କଳ ସାମ୍ବାଦିକ ସଂଘର ଭୁବନେଶ୍ୱର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସଂଗଠନର ସଂଯୋଜକ ତଥା ସାମ୍ବାଦିକ ଶ୍ରୀ ଜିତେନ୍ଦ୍ର ସାହୁ, ଶ୍ରୀ ସତ୍ୟବ୍ରତ ନାୟକ, ମୁଖ୍ୟବକ୍ତା ଭାବରେ ସଂଗଠନର ରାଜ୍ୟ ସଭାପତି ଶ୍ରୀ କୁବେର ବିଶ୍ୱାଳ ଯୋଗ ଦେଇଥିଲେ  । ଶ୍ରୀ ବିଜୟ କୁମାର ଜେନା (ସାମାଜିକ କର୍ମୀ), ସୁଶ୍ରୀ ତନୁଶ୍ରୀ ବେହେରା (ସାମାଜିକ କର୍ମୀ), ଶ୍ରୀ ଦେବାଶିଷ ରାଉତ (ସାମାଜିକ କର୍ମୀ), ସାଗରିକା ମହାନ୍ତି (ସାମାଜିକ କର୍ମୀ), ସୁଶ୍ରୀ ଶିଳ୍ପା ଦାସ (ମେଟ୍ରୋ ଟିଭି), ଶ୍ରୀ ବିଜୟ ଖୁଣ୍ଟିଆ (ସୂର୍ଯ୍ୟପ୍ରଭା), ଶ୍ରୀମତୀ ଦେବସ୍ମିତା ମହାନ୍ତି (ପ୍ରତିଦିନ), ଶ୍ରୀ ବାବା ଲଳିତେନ୍ଦୁ କେଶରୀ (ସମ୍ପାଦକ ପରିଦର୍ଶକ), ଶ୍ରୀ ଜ୍ୟୋତିରଂଜନ ସ୍ୱାଇଁ (ନନ୍ଦିଘୋଷ ଟିଭି), ସୁଶ୍ରୀ କବିତା ସ୍ୱାଇଁ (ଅର୍ଗସ୍ ଟିଭି), ସୁଶ୍ରୀ ସୁମିତ୍ରା ସାହୁ (ନିତିଦିନ), ଶ୍ରୀ ଭବାନୀ ଶଙ୍କର ମଲ୍ଲିକ (ନନ୍ଦିଘୋଷ), ଶ୍ରୀ ସୁଧାଂଶୁ ଶେଖର ରାଉତ (ସମ୍ପାଦକ ଫୋକସ୍ ପ୍ଲସ୍‌), ଶ୍ରୀ ଅବିନାଶ ମିଶ୍ର (ଓଡ଼ିଶା ପୋଷ୍ଟ), ଶ୍ରୀ ସୁର ପ୍ରସାଦ ବେହେରା (ସଂଚାର), ଶ୍ରୀ ବିଶ୍ୱଜିତ୍ ଦାସ, ଶ୍ରୀ ଦେବାଶିଷ ରାଉତ, ଶ୍ରୀମତୀ ସାଗରିକା ମହାନ୍ତି, ଶ୍ରୀମତୀ ସୁଭଶ୍ରୀ ଭାରତୀ ଓ ଦକ୍ଷ ପ୍ରଶାସକ ଭାବରେ ଓଡ଼ିଶା ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀଙ୍କୁ ସମ୍ମାନିତ କରାଯାଇଥିଲା  । ଫାଉଣ୍ଡେସନ୍ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ  । ରାଜ୍ୟ ଉପାଧ୍ୟକ୍ଷା ଶ୍ରୀମତୀ ସବିତା ପୃଷ୍ଟି, ରାଜ୍ୟ ସମ୍ପାଦିକା ଶ୍ରୀମତୀ ସୁଚିତ୍ରା ବେହେରା, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସୁନୀଲ ମହାପାତ୍ର, ଶ୍ରୀ ପରମବ୍ରହ୍ମ ରାଉତ ଓ ଶ୍ରୀ ପ୍ରଶାନ୍ତ ବେହେରା, ନିରଂଜନ ସାହୁ, ଉମାଶଙ୍କର ଶତପଥୀ, ବିବେକାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ  । ଏହି କାର୍ଯ୍ୟକ୍ରମକୁ ସଂଗଠନର ମୁଖ୍ୟ ରାଜୀବ ଲୋଚନ ପ୍ରଧାନ ସଭାପତିତ୍ୱ କରିଥିଲେ  ।

loading...

Leave A Reply

Your email address will not be published.