Breaking

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୯ମ ବାର୍ଷିକ ଉତ୍ସବ ପାଳିତ

ସମ୍ମାନିତ ହେଲେ ୨୦ଜଣ ପ୍ରେରଣାଦାୟୀ ବ୍ୟକ୍ତିବିଶେଷ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୯ମ ବାର୍ଷିକ ଉତ୍ସବ ହୋଟେଲ୍ ମେ’ଫେୟାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି  । ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ କଟକଣା ହେତୁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରି କାର୍ଯ୍ୟକ୍ରମ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡଃ. ଅଚ୍ୟୁତ ସାମନ୍ତ (ସାଂସଦ, କନ୍ଧମାଳ) ଉଦ୍‌ଘାଟକ ଭାବେ ଯୋଗ ଦେଇଥିବା ବେଳେ ଡଃ ସୂର୍ଯ୍ୟନାରାୟଣ ପାତ୍ର (ବାଚସ୍ପତି, ଓଡ଼ିଶା ବିଧାନସଭା) ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ  । ଏଥି ସହ ଶ୍ରୀମତୀ ପଲ୍ଲୀ ପଟ୍ଟନାୟକ (ଅଧ୍ୟକ୍ଷା, ମଦର୍ସ ପବ୍ଲିକ୍ ସ୍କୁଲ୍‌) ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀ ପାର୍ଥଜିତ୍ ପଟ୍ଟନାୟକ (ମୁଖ୍ୟ ପରିଚାଳନା ସମ୍ପାଦକ, ଫାଲ୍‌କନ୍ ରିୟଲ୍ ଇଷ୍ଟେଟ୍‌), ଶ୍ରୀଯୁକ୍ତ ଆକାଶ ଦାସ ନାୟକ (ଅଧ୍ୟକ୍ଷ, ମୋ କଲେଜ) ଯୋଗଦାନ କରିଥିଲେ । ପ୍ରାରମ୍ଭରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପତ୍ରିକାର ଦୀର୍ଘ ୯ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଅତିଥିମାନେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପ୍ରୟାସକୁ ସାଧୁବାଦ୍ ଜଣାଇବା ସହ ଚଳିତ ବର୍ଷ ମହାମାରୀ ମୁକାବିଲା ପାଇଁ ଲୋକମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ମଞ୍ଚ ସଭା ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପରିବାର ତରଫରୁ ସମ୍ମାନଜନକ “ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତି” ଭାବେ ସମ୍ବର୍ଦ୍ଧିତ କରାଯିବା ସହ ୫ଜଣ ସ୍ୱତନ୍ତ୍ର ବ୍ୟକ୍ତିବିଶେଷଙ୍କୁ ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା  । କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପଥପ୍ରଦର୍ଶକ ଶ୍ରୀଯୁକ୍ତ ବ୍ରାଡ୍ ମିଶ୍ର ଓ ଉପଦେଷ୍ଟା ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି ଯୋଗ ଦେଇଥିଲେ ଏବଂ ଅନୁଷ୍ଠାନର ସଦସ୍ୟ ଅରୁଣ କୁମାର ମହାରଣା, ପ୍ରମୋଦ କୁମାର ଲେଙ୍କା ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସହସମ୍ପାଦକ ଶୁଭୋଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.