Breaking

ଗାନ୍ଧୀ ଜୟନ୍ତୀ ଅବସରରେ ସଚେତନତା କାର୍ଯ୍ୟକ୍ରମ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୧ ତମ ଜୟନ୍ତୀ। ଆଜି ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏକ ମାସ ବ୍ୟାପି କୋରନା ସଚେତନ ବାର୍ତ୍ତା ଅବସରରେ ଆଜି ନୟାପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧୀନରେ ଥିବା ନୁଆସାହି ରେ କୁନିକୁନି ପିଲା, ମହିଳା, ବରିଷ୍ଠ ନାଗରୀଙ୍କ ମାନଙ୍କୁ କରୋନା ବାବଦରେ ସଚେତନ କରାଇବା ସହ ସମସ୍ତଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ କର୍ପୋରେଟର ରମାନାଥ ସାମନ୍ତରାୟ, ନବକିଶୋର ବେହେରା,ସମାଜସେବୀ ଲୋରା ମହାପାତ୍ର,ନୀଳାଞ୍ଚଳ ବେହେରା, ରାକେଶ ମହାନ୍ତି, ବିଦ୍ୟାଧର ବେହେରା, ବିଜୟୀ ବେହେରା, ସର୍ବେଶ୍ୱର ବେହେରା, ସନ୍ତୋଷ କୁମାର ସାହୁ, ଶୀତୁ ବଳବନ୍ତରାୟ, ପପୁ, ଟିନା, ରବି, ଅଜୟ ନୁଆସାହି ଆଖଣ୍ଡଳମଣି ପୂଜା କମିଟି ଓ ମୋୖରିୟା ଗ୍ରୁପର କର୍ମକର୍ତା ଉପସ୍ଥିତ ଥିଲେ,ଆୟୋଯୋଗ ଯୁବ ସମାଜସେବୀ ତଥା ବିସିଜେଡି ର ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟ ସମସ୍ତ କୁନିକୁନି ପିଲା, ମହିଳା ଓ ବରିଷ୍ଠ ନାଗରିକ ମାନଙ୍କୁ କୋରୋନା ସଚେତନତା ବାର୍ତ୍ତା ସହ କିଭଳି କୋରୋନା ମୁକାବିଲା କରିବେ ବୁଝାଇଥିଲେ ।

loading...

Leave A Reply

Your email address will not be published.