Breaking

ଅର୍ବାନ ଲିଭିନ୍ ଠାରେ ଆଉଟ୍ଡୋର ବିଲ୍ଡିଂ ସୌନ୍ଦର୍ଯ୍ୟକରଣ ଦ୍ରବ୍ୟ

0

ଭୁବନେଶ୍ୱର:ସ୍ଥାନୀୟ ସହିଦନଗର, ୨୦୮ପ୍ଲଟରେ ଥିବା ଅର୍ବାନ ଲିଭିନ୍ଠାରେ ବିଭିନ୍ନ ପ୍ରକାରର ଆଉଟ୍ଡୋର ବିଲ୍ଡିଂ ସୌନ୍ଦର୍ଯ୍ୟ କରଣୀୟ ଦ୍ରବ୍ୟ ଉନ୍ମୋଚିତ ହୋଇଯାଇଛି । ଅର୍ବାନ୍ଲିଭିନ୍ ତରଫରୁ ତିମିର ରଂଜନ ପାତ୍ର,ଏମ୍ସିଏମ୍ର ପ୍ରମୋଦ କୁମାର ମହାପାତ୍ର, ଫିନେଷ୍ଟାର ପ୍ରବିର ପୋଦାର, ୟୁନିଷ୍ଟୋନର ଅତୁଲ ଛାବରା, ଟିପ୍ଉଡର ଶ୍ରୀ କାପ୍ସେ, ସେନ୍ଟଗୋବିନ୍ଦ ଅର୍ନିଓବ ସରକାର ଓ କେରାକୋଲର ରାଜେନ୍ଦ୍ର ରଥଙ୍କ ଉପସ୍ଥିତିରେ ଏହି ସମସ୍ତ ଦ୍ରବ୍ୟ ଉନ୍ମୋଚିତ ହୋଇଥିଲା । ଏହି ଦ୍ରବ୍ୟଗୁଡିକ ମଧ୍ୟରେ ଏମ୍ସିଏମ୍ର ମୋଡିଫାଇ କ୍ଲେ ଟାଇଲ୍ସ ଯାହାକି ଘର ଭିତରେ ଓ ବାହାରେ କରାଯାଇପାରିବ ଏବଂ ଖୁବ୍ ହାଲକା, ଅନ୍ବ୍ରେକେବଲ ଏବଂ ଅଧିକ ଦିନ ଚାଲିବ । ସେନ୍ଟ ଗୋବିନ୍ଦ ପକ୍ଷରୁ ଉଚ୍ଚମାନର ରୁଫିଙ୍ଗ ଗ୍ଲାସ୍ ଫାଇଭର ଫେନେଷ୍ଟା ପକ୍ଷରୁ ନୂତନ ଧରଣ ସାଉ ପ୍ରୁଫ, କବାଟ, ଓ ଝରକା, ଟିପ୍ ଉଡ ପକ୍ଷରୁ କାଠ ବଦଳରେ ବ୍ୟବହାର ହୋଇପାରୁଥିବା କବାଟ ଝରକା ଯାହାକି ଝୋଟରେ ତିଆରି । ଏହା ଖୁବ୍ ହାଲକା ଯାହାକୁ ଘର ଭିତରେ ଓ ବାହାରେ ବ୍ୟବହାର କରାଯାଇପାରିବ । କେରାକୋଲ ପକ୍ଷରୁ ଉଚ୍ଚମାନର ଅଠା ଯାହାକି ୱାଟର ପ୍ରୁଫ, ଫଙ୍ଗସ୍ ପ୍ରୁଫ୍ ଅଟେ । ଏହାକୁ ସୁଇମିଂ ପୁଲରେ ବ୍ୟବହାର କରାଯାଇଥାଏ । ଏହା ସହ ୟୁନିଷ୍ଟୋନ୍ ପକ୍ଷରୁ ଗ୍ଲାସ୍ ରେନଫୋର୍ସଡ କଂକ୍ରିଟ୍ ଟାଇଲସ୍ ଆଦି ଉନ୍ମୋଚିତ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅର୍ବାନ୍ଲିଭିନ୍ ଏକ ଏପରି ସ୍ଥାନ ଯେଉଁଠାରେ ଆପଣ ଆପଣଙ୍କ ଘର ତିଆରିଠାରୁ ଆରମ୍ଭ କରି ଘର ସୌନ୍ଦର୍ଯ୍ୟକରଣ ନିମନ୍ତେ ଆବଶ୍ୟକ କରୁଥିବା ସମସ୍ତ ସାମଗ୍ରୀ ପାଇପାରିବେ ।

loading...

Leave A Reply

Your email address will not be published.