Breaking

ବିଜେବି କଲେଜ ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ୱଚ୍ଛତା ଅଭିଯାନ

0

ଭୁବନେଶ୍ୱର:ଓଡିଶାର ପୁରାତନ ଶିକ୍ଷା ଅନୁଷ୍ଠାନ ମାନଙ୍କ ମଧ୍ୟରେ ବକ୍ସି ଜଗବନ୍ଧୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ।ଏହାର ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ଯେପରି ପାରଦର୍ଶିତା ଦେଖାଇଥାନ୍ତି ସେହିପରି ଭାବେ ସାମାଜିକ ସୁରକ୍ଷା ଉପରେ ମଧ୍ୟ କାର୍ଯ୍ୟ କରି ଆସିଛନ୍ତି। ସାରାଦେଶରେ ପରିବେଶ ସୁରକ୍ଷାକୁ ଏକ ଆନ୍ଦୋଳନ ଭାବେ ଗ୍ରହଣ କରାଯାଉଥିବା ଏଥିରେ ହାତ ମିଶାଇଛନ୍ତି ଏହାର ଛାତ୍ରଛାତ୍ରୀ ମାନେ।ତେଣୁ ଆଜି ସ୍କାଉଟ ଓ ଗାଇଡ଼ ର ଛାତ୍ରଛାତ୍ରୀମାନଙ୍କ ସହିତ ମିଶି ମହାବିଦ୍ୟାଳୟ ପରିସରକୁ ୨୫ ରୁ ଉର୍ଦ୍ଧ୍ବ ପିଲା ସଫା କରିଥିଲେ।ଯାହାକୁ କାର୍ଯ୍ୟକୁ କଲେଜର ଅଧ୍ୟାପିକା ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ପ୍ରତ୍ୟକ୍ଷ ଭାବେ ତଦାରଖ କରିଥିଲେ। ଶେଷରେ ପିଲାମାନଙ୍କ ଏହି କାର୍ଯ୍ୟକୁ ପ୍ରସଂଶା କରିବା ସହ ଭବିଷ୍ୟତରେ ଏହି ଉଦ୍ୟମକୁ ଜାରି ରଖିବା ପାଇ ଉତ୍ସାହିତ କରିଥିଲେ।

loading...

Leave A Reply

Your email address will not be published.