Breaking

ବାଲେଶ୍ୱର: ଟ୍ରକ୍‌ ଧକ୍କାରେ ୨ ମୃତ ,ଜଣେ ଗୁରୁତର

0

ବାଲେଶ୍ୱର: ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୃ ଘଟିଛି। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅର୍ନ୍ତଗତ ଫୁଲାରି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।ଖବର ପାଇ ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଆହତମାନଙ୍କ ମଧ୍ୟରୁ ପ୍ରଦୀପ୍ତ ମହାପାତ୍ର(୨୦ ବର୍ଷ)ଙ୍କର ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ସୁରେଶ ଦାସଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ମୃତ୍ୟୁବରଣ କରଥିବା ଯୁବକଙ୍କ ପରିଚୟ ମିଳି ପାରି ନାହିଁ।

loading...

Leave A Reply

Your email address will not be published.