Breaking

ଜିଅନ୍ତା ଜଳିଗଲେ ୫ ବର୍ଷର ଝିଅ ! ମାଆ,ଭାଇ ଗୁରୁତର

0

ଜୟପୁର: ଆଜି ସକାଳେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା।ଅଗ୍ନିକାଣ୍ଡ ଘଟି ଜଣେ ୫ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି।ଏହି ଦୁଃଖଦ ଘଟଣାରେ ୬ ମାସର ଏକ ଶିଶୁପୁତ୍ର ଓ ତା’ ମାଆ ପୋଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ,ବୋରିଗୁମ୍ମା ଥାନା ଅନ୍ତର୍ଗତ ମାଲଦା ପଞ୍ଚାୟତର ତାରାଗାଁର ବଳରାମ ହରିଜନ, ପତ୍ନୀ ଧନମତି ହରିଜନ,୫ ବର୍ଷର ଝିଅ ଦିନେଶ୍ୱରୀ ହରିଜନ ଓ ବର୍ଷକର ପୁଅ ରଇଲ ହରିଜନ ସହିତ ରୁହନ୍ତି। ଦିନେଶ୍ୱରୀ ଗାଁ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢ଼ନ୍ତି। ତେବେ ଶ୍ରାବଣ ମାସ ପାଇଁ ବଳରାମ ହରିଜନ ତୀର୍ଥ କରିବା ଲାଗି ହରିଦ୍ୱାର ଯାଇଥିବା ବେଳେ ଘରେ ଧନମତି, ରଇଲ ଓ ଦିନେଶ୍ୱରୀ ରହୁଥିଲେ। ଆଜି ଭୋରରୁ ହଠାତ ଘର ଭିତରେ ନିଆଁ ଜଳି ଉଠିଥିଲା। ଏହି ଅଗ୍ନିକାଣ୍ଡରେ ଦିନେଶ୍ୱରୀ ଜୀବନ୍ତ ଦଗ୍ଧ ହୋଇ ଯାଉଥିବା ବେଳେ ଧନମତି ଓ ରଇଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ବୋରିଗୁମ୍ମା ଡାକ୍ତରଖାନା ଓ ପରେ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

loading...

Leave A Reply

Your email address will not be published.