Breaking

ଆଜି ଶ୍ରାବଣ ମାସ ଶେଷ ସୋମବାର ! ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

0

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ । ଓମ୍ ନମଃ ଶିବାୟ ଓ ହରହର ମହାଦେବ ଧ୍ୱନିରେ କମ୍ପୁଛି ମନ୍ଦିର ପରିବେଶ । ଦେବଦେବ ମହାଦେବଙ୍କୁ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ ଲାଗିଛି । ଭକ୍ତମାନଙ୍କ ଭିଡ଼କୁ ଦେଖି ଏକାମ୍ର କ୍ଷେତ୍ରର ବିଭିନ୍ନ ଶିବ ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ନୀତିନିୟମ ସାଙ୍ଗକୁ ଶୃଙ୍ଖଳିତ ଜଳାଭିଷେକର ବ୍ୟବସ୍ଥା କରାଯାଇଛି ।ସକାଳୁ ବର୍ଷାରେ ଭିଜି ଭିଜି ୩୦ ହଜାର ପାଖାପାଖି କାଉଡ଼ିଆ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି । ପୋଲିସ ପ୍ରଶାସନ ଏନେଇ ବ୍ୟାପକ ସହଯୋଗ କରୁଛି ।

ବାବା ଲିଙ୍ଗରାଜ କପିଳନାଥଙ୍କ ସମେତ ପୁରୀର ଶ୍ରୀଲୋକନାଥ, ଆରଡ଼ିର ଆଖଣ୍ଡଳମଣି, କପିଳାସର ଶ୍ରୀଚନ୍ଦ୍ରଶେଖର , ନୟାଗଡ଼ର ଲଡ଼ୁକେଶବାବା ସମେତ ବିଭିନ୍ନ ଜିଲ୍ଲାରେ ଥିବା ଶିବପୀଠ ଗୁଡ଼ିକରେ କାଉଡ଼ିଆଙ୍କ ସମାଗମ ବୃଦ୍ଧି ପାଇଛି । ଶ୍ରାବଣମାସକୁ ପବିତ୍ର ମାସ ବୋଲି ବିଚାର କରାଯାଉଥିବାରୁ କାଉଡ଼ିଆଙ୍କ ସମେତ ଅନ୍ୟାନ୍ୟ ଭକ୍ତମାନେ ଶିବାଳୟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି ।

You May Like Here:

            ⇓

loading...

Leave A Reply

Your email address will not be published.