Breaking

ସ୍ମାର୍ଟ ସିଟିରେ ପ୍ରିମିୟମ୍ ଲଣ୍ଡ୍ରି ସେବାର ଶୁଭାରମ୍ଭ

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:

ପଟିଆଠାରେ ଟମ୍ବଲଡ୍ରାଏର ଉଦ୍ଘାଟନ ଦ୍ୱାରା ସ୍ମାର୍ଟ ସିଟିରେ ଆଜିଠାରୁ ଅତ୍ୟାଧୁନିକ ପ୍ରିମିୟମ ଲଣ୍ଡ୍ରୀ ଓ ଡ୍ରାଏ କ୍ଲିନିଂ ସେବାର ଶୁଭାରମ୍ଭ ଘଟିଛି । ଉପସ୍ଥିତ ବିଶିଷ୍ଟ ଅତିଥିବୃନ୍ଦ ଓଲିଉଡ୍ର ସୁପରଷ୍ଟାର ସବ୍ୟସାଚ୍ଚୀ ମିଶ୍ର, ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଓ ଟାଟା । ୱାରର ସି.ଭି.ଓ ବ୍ରହ୍ମାନନ୍ଦ ଦଣ୍ଡାଟଙ୍କ ଦ୍ୱାରା ପାରମ୍ପରିକ ଫିତା କଟାଦ୍ୱାରା ଉଦ୍ଘାଟନ ପର୍ବ ଶ୍ରୀଗଣେଶ ହୋଇଥିଲା । ଅତିଥିମାନେ ସୁଇଚ୍ ଦବାଇ ସଫେଇ କାର୍ଯ୍ୟକ୍ରମ ଆରମ୍ଭକୁ ମଧ୍ୟ ସବୁଜ ସଂକେତ ଦେଖାଇଥିଲେ । ତିନି କୁଶଳୀ ଯୁବ ଶିଳ୍ପୋଦ୍ୟୋଗୀ ଯଥା ରାବେନ ପାଢ଼ୀ, ଶ୍ରୀକାନ୍ତ ନାୟକ ଓ ପ୍ରିୟରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପରିଚାଳିତ ମେଟାନୋଇଆ କମ୍ପାନୀ ଗ୍ରାହକମାନଙ୍କୁ ପରିବେଶ ହୀତକର ଓ ଖୁବ୍ ଉଚ୍ଚକୋଟିର ସଫେଇ ସୁବିଧା ଉପଲବ୍ଧ କରାଇବେ ବୋଲି ଏହି ଅବସରରେ ଘୋଷଣା କରାଯାଇଛି । ଉଦ୍ଘାଟନୀ ଉତ୍ସବରେ ଉଦ୍ବୋଧନ ଦେଇ ସବ୍ୟସାଚ୍ଚୀ ମିଶ୍ର ଟମ୍ବଲଡ୍ରାଏ ଦ୍ୱାରା ପରିବେଶ ମିତ୍ର ସଫେଇକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ସଂସ୍ଥାପକମାନଙ୍କୁ ସାଧୁବାଦ ଜଣାଇଥିଲେ । ବିଶେଷ କରି ସଫେଇର ଅତ୍ୟାବଶ୍ୟକତା କରୋନା କାଳରେ ବହୁଗୁଣିତ ହୋଇଯାଇଥିବାବେଳେ ଓଡ଼ିଶାକୁ ଟମ୍ବଲଡ୍ରାଏର ଆଗମନ ଶୁଭ ସଂକେତ ବହନ କରୁଥିବା ଶ୍ରୀ ମିଶ୍ର ଦର୍ଶାଇଥିଲେ । ସମାବେଶକୁ ସମ୍ବୋଧନ କରି କିଶୋର ଦ୍ୱିବେଦୀ ଟମ୍ବଲଡ୍ରାଏର ଉଦାହରଣ ଓ ଆଦର୍ଶକୁ ଅନୁସରଣ କରି ଓଡ଼ିଶା ୁବ ସ୍ରଂଦାୟ ଷ୍ଟାର୍ଟଅ୍ ଅଭିାନକୁ ସଶକ୍ତ କରିବାକୁ ଆହ୍ୱାନ ଜଣାଇଥିଲେ । ସଭାରେ ନିଜର ଭାଷଣ ପ୍ରଦାନ କରି ଟାଟା ।ୱାରର ସି.ଭି.ଓ ବ୍ରହ୍ମାନନ୍ଦ ଦଣ୍ଡାଟ, ଟମ୍ବଲଡ୍ରାଏ ଦ୍ୱାରା ଗ୍ରହଣ କରାଯାଇଥିବା ଅନନ୍ୟ, ଅଭିନବ ଏବଂ ଗ୍ରାହକସୁହା ସଫେଇ ବ୍ୟବସ୍ଥାର ଭୂରୀଭୂରୀ ପ୍ରଶଂସା କରିଥିଲେ ତଥା ‘ଆଉଟ୍ଲେଟ୍’ର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଟମ୍ବଲଡ୍ରାଏଠାରେ ୍ରଦାନ କରାଯାଉଥିବା ଅଣାରମ୍ପରିକ ଏବଂ ଉଚ୍ଚକୋଟୀର ଗ୍ରାହକ ସେବାଗୁଡ଼ିକ ମଧ୍ୟରେ କୋମଳ ଡ୍ରାଏ କ୍ଲିନିଂ, ଜୀବନ୍ତ ଓ ସହଜ ସଫେଇ, ଦାଗ ଦୂରୀକରଣ ନେଇ ଶତକଡ଼ା ଶହେ ଭାଗର ସଫଳତା, ସମ୍ବେଦନଶୀଳତା ଓ ସତର୍କତାର ସହିତ ଲୁଗା ସଫା ଏବଂ ସମାନ ଦିନରେ ସଫେଇ ଓ ସେହିଦିନ ହିଁ କପଡ଼ାର ଫେରସ୍ତ ଆଦି ଅନ୍ତର୍ଭୁକ୍ତ ଥିବା ପ୍ରାପ୍ତସୂଚନାରୁ ପ୍ରକାଶ ।

loading...

Leave A Reply

Your email address will not be published.