Breaking

ମୋଦି ଙ୍କ ଟୀକା ମେଳା ପ୍ରଚାର ସର୍ବସ୍ବ-ନିରଞ୍ଜନ

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:
କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି।ଦେଶର ପ୍ରଧାନମନ୍ତ୍ରୀ ମହାଶୟ କହିଛନ୍ତି କି ଆସନ୍ତା ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଟେଷ୍ଠୀଙ୍ଗ,ଟ୍ରାକିଂ ଓ ଟ୍ରିଟମେଂଟ ନେଇ କରୋନା ମେଳା କରିବେ।ବର୍ତ୍ତମାନ ବଡ ଦୁଃଖର ବିଷୟ ଟ୍ରିଟମେଣ୍ଟ ନେଇ କାରଣ କେନ୍ଦ୍ର ସରକାର ଆମ ରାଜ୍ୟକୁ ପର୍ଯ୍ୟାପ୍ତ ଟୀକା ଦେଇପାରୁନାହାନ୍ତି କି ଆମ ରାଜ୍ୟସରକାର ଅପାରଗ ଟୀକା ଆଣିପାରୁନାହାନ୍ତି। ଏହାଠୁଁ ଲଜ୍ୟାକର ଘଟଣା କଣ ହୋଇପାରେ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।ଏଥିରୁ ଜଣାଯାଉଛି ପ୍ରଧାନମନ୍ତ୍ରୀ କିପରି ଟୀକା ମେଳା କରିବେ ? ଯେପରି ମୋଦି ମହାଶୟ ନିର୍ବାଚନ ପୂର୍ବରୁ ପ୍ରତି ପରିବାରକୁ ୧୫ ଲକ୍ଷ ଦେବେ ବୋଲି ପ୍ରଚାର କରିଥିଲେ ସେହିପରି ଟୀକା ମେଳା ଏକ ଅନୁରୂପ ପ୍ରଚାର ଅଥଚ ଏବେ ମୋଦି ମହାଶୟ କହୁଛନ୍ତି ଟୀକା କୁ ନେଇ ରାଜନୀତିକରଣ କରାଯାଉଛି।ଟୀକା ତ ଜୋଗେଇପାରୁନା ଆଉ ଟୀକା ମେଳା କଣ ହେବ ଏବଂ କିଏ ରାଜନୀତିକରଣ କରୁଛି ଓ କାହିଁକି ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।ତେଣୁ ଏହି ମିଛ ପ୍ରଚାରରୁ କ୍ଷାନ୍ତ ରହି କିପରି ଲୋକମାନଙ୍କ ଜୀବନ ବଞ୍ଚିପାରିବ ଏବଂ ସବୁ ରାଜ୍ୟକୁ ପର୍ଯ୍ୟାପ୍ତ ଟୀକା ଯୋଗେଇ ପାରିବେ ସେଥିପ୍ରତି କେନ୍ଦ୍ର ସରକାର ଯତ୍ନବାନ ହେବା ସହ କାର୍ଯ୍ୟ କରିବା ଉଚିତ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

loading...

Leave A Reply

Your email address will not be published.