Breaking

ଦୁଇଜଣ ପଜିଟିଭ୍ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କଲା ପ୍ରଶାସନ

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଚଣାପଦର ଅଞ୍ଚଳରୁ ଦୁଇଜଣ ପଜିଟିଭ୍ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଚଣାପଦରର ଗୋଟିଏ ଅଞ୍ଚଳକୁ ସାତଦିନ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରିଛି ପ୍ରଶାସନ । ସେପଟେ ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ୧୪ ଦିନିଆ ସ୍ପେସାଲ୍ ଡ୍ରାଇଭ୍ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା,କ.ନୂଆଗାଁ,ଦାରିଙ୍ଗବାଡ଼ି, କୋଟଗଡ଼, ତୁମୁଡ଼ିବନ୍ଧ ଅଞ୍ଚଳରେ ପୋଲିସ୍ ପକ୍ଷରୁ ମାସ୍କ ଚେକିଂ ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ଅମାନିଆ ଙ୍କ ନିକଟରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।

loading...

Leave A Reply

Your email address will not be published.