Breaking

ଡିଭିଜନ-୧ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଦାୟିତ୍ୱ ନେଲେ ଇଂ ତ୍ରିନାଥ ବେହେରା

0

ଭୁବନେଶ୍ୱର: ପୂର୍ତ୍ତ ବିଭାଗ ଭୁବନେଶ୍ୱର ଡିଭିଜନ-୧ରେ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଭାବେ ଯୋଗ ଦେଇଛନ୍ତି ଇଂ ତ୍ରିନାଥ ବେହେରା । ଆଜି ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୦୪ରେ ସେ ଚାକିରିରେ ଯୋଗ ଦେଇ ବ୍ରିଜ୍‍ ଡିଜାଇନ୍‍ କ୍ଷେତ୍ରରେ କାମ କରିଥିଲେ । ଏହା ପରେ ସେ ଇ-କ୍ରୟ ସେଲ୍‍ ଦାୟିତ୍ୱରେ ଥିଲେ । ଏହାକୁ ସଫଳତାର ସହ ରାଜ୍ୟରେ କାର୍ଯ୍ୟକାରୀ କରାଇବାରେ ତାଙ୍କ ବଡ଼ ଯୋଗଦାନ ଥିଲା । ପରେ ଡିଭିଜନ-୫ରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭାବେ ସରକାରଙ୍କ ଡ୍ରିମ୍‍ ପ୍ରକଳ୍ପ ଖାରବେଳ ଭବନର ନିର୍ମାଣ ଦାୟିତ୍ୱରେ ଥିଲେ । ୨୦୧୯ରେ ଜାପାନରେ ହୋଇଥିବା ରୋଡ୍‍ ଆଡମିନଷ୍ଟ୍ରେସନକୁ ନେଇ ହୋଇଥିବା ଅନ୍ତର୍ଜାତୀୟ ସମ୍ମିଳନରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ୨୦୨୦ରେ ସେ ଓଡି଼ଶା ବ୍ରିଜ୍‍ କନଷ୍ଟ୍ରକସନ କର୍ପୋରେସନ୍‍(ଓବିସିସି)ରେ ଯୋଗ ଦେଇ ଏକାମ୍ରକ୍ଷେତ୍ର ପ୍ରକଳ୍ପ ଦାୟିତ୍ୱରେ ଥିଲେ । ପରେ ପୂର୍ତ୍ତ ସଚିବଙ୍କ ଓଏସ୍‍ଡି ଭାବେ ଦାୟିତ୍ୱ ସମ୍ଭାଳିଥିଲେ । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଳାଇ ଏହି ବିଭାଗର ଅତିରିକ୍ତ ଦାୟିତ୍ବରେ ଥିଲେ। ଶ୍ରୀ ବେହେରା ଯୋଗଦେବା ପରେ ଶ୍ରୀ ଦଳାଇ ଦାୟିତ୍ବ ହସ୍ତାନ୍ତର କରିଛନ୍ତି।

loading...

Leave A Reply

Your email address will not be published.