Breaking

“ତୋର ମୋର କଟି” ଚଳଚ୍ଚିତ୍ର ର ଅଡିଓ ରିଲିଜ୍

0

ଭୁବନେଶ୍ବର:ଝିଲିକ ମୋସନ୍ ପିକ୍ଚର୍ସ ର ତୃତୀୟ ଅବଦାନ “ତୋର ମୋର କଟି” ଚଳଚ୍ଚିତ୍ର ର ଅଡିଓ ରିଲିଜ୍ ଆଜି ଭୁବନେଶ୍ୱର ର ଏକ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି l ଅଭିନେତ୍ରୀ ରୁ ପ୍ରଯୋଜିକା ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ର ବିରାଟ ପରିବର୍ତ୍ତନ ପାଇଁ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ l ଲୋକାର୍ପଣ ଉତ୍ସବରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସିଦ୍ଧାନ୍ତ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ସିନେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ l ଚଳଚ୍ଚିତ୍ର ର ସଂଳାପକାର ଦୀପକ ଜେନା ଥିବା ବେଳେ ନିର୍ଦ୍ଦେଶନା ଭାର ନେଇଛନ୍ତି ଯୁବ ନିର୍ଦ୍ଦେଶକ ରମେଶ ରାଉତ l ପ୍ରଚାର ପ୍ରସାର ଦାୟୀତ୍ୱ ରେ ଅଛନ୍ତି ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ l ଗୀତ ଗୁଡିକ ଗୀତିକାର ନିର୍ମଳ ନାୟକ ଏବଂ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ସବିଶେଷ, ଆଶୁତୋଷ, ଅନନ୍ୟା ଶ୍ରୀତମ ନନ୍ଦ ଏବଂ ଦେବକୃପା l ଚିତ୍ରତ୍ତୋଳନ ଭାର ଈଶ୍ୱର ବାରିକ ନେଇଛନ୍ତି l ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ସିଲ ଏବଂ ଫାଇଟ ନିର୍ଦ୍ଦେଶନା ଦେଇଛନ୍ତି ଶୈଳେନ୍ଦ୍ର ପରିଡା ଓ କାର୍ଯ୍ୟକାରୀ‌ ପ୍ରଯୋଜକ ଅଛନ୍ତି ଅରୁଣ ସ୍ବାଇଁ। ପ୍ରଡ଼କସନ୍ ଡିଜାଇନର ଅଛନ୍ତି ପ୍ରଶାନ୍ତ ବେହେରା (କାବୁଲି) l “ତୋର ମୋର କଟି” ଚଳଚ୍ଚିତ୍ର ମାଧ୍ୟମରେ ଶୈଳେନ୍ଦ୍ର – ଶୀତଲ ଯୋଡି ପ୍ରଥମ ଥର ପାଇଁ ବଡ଼ ପରଦାରେ ଦର୍ଶକ ଦେଖିବାକୁ ପାଇବେ l ଏମାନଙ୍କ ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାୟକ (ଟୁଟୁ ), ବବି ମିଶ୍ର, ସୁଦୀପ୍ତ, ଟୁକୁନା ଷ୍ଟାଇଲିଷ୍ଟ, କାଳିଆ ଷଣ୍ଢ, ଐଶ୍ଵରୀୟା, ରୁପସା, କଟପ୍ପା, ଦେବିକା ପ୍ରମୁଖ ଅଭିନୟ କରିଛନ୍ତି l ଚଳଚ୍ଚିତ୍ର ରେ ୫ ଟି ଗୀତ ଥିବାବେଳେ “ତୋର ମୋର କଟି” ଶୀର୍ଷ ସଙ୍ଗୀତ କୁ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ଦେବକୃପା ଓ ଅନନ୍ୟା ଶ୍ରୀତମ ନନ୍ଦ l ଝିଲିକ ମୋସନ ପିକ୍ଚର୍ସ ଏଥି ପୂର୍ବରୁ କିସମିସ ଓ ରୁଦ୍ରାଣୀ ପରି ସୁନ୍ଦର ଚଳଚ୍ଚିତ୍ର ଦର୍ଶକମାନଙ୍କୁ ଭେଟି ଦେଇସାରିଛି l

loading...

Leave A Reply

Your email address will not be published.