Breaking

ପ୍ରସ୍ଥାନମ୍” ଚଳଚ୍ଚିତ୍ର ମୁକ୍ତିଲାଭ କରିବ ଡ଼ିସେମ୍ବର ୧୬ ରେ

0

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ତଥା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ଥାନମ୍ ର ପ୍ରେସ୍ ମିଟ ରେ ଚଳଚ୍ଚିତ୍ର ର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି l ଏଇ ଅବସରରେ ପ୍ରଯୋଜକ ରିଙ୍କୁ ରିନୁ ଜେନା, ଦେବେଶ ଚନ୍ଦ୍ର ଦାସ, ସହ- ପ୍ରଯୋଜକ ସୁଶୀଲ ବାରିକ, ଲାଇନ ପ୍ରଯୋଜକ ଦୀପକ କୁମାର ଜେନା, ଅଭିନେତା ଅମ୍ଲାନ, ପାର୍ଥ, ବାପି, ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ନିର୍ଦ୍ଦେଶକ ରାଜା ଡି, ସଂଗୀତ ନିର୍ଦ୍ଦେଶକ ଅସଦ୍ ନିଜାମ, କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଙ୍କ ସହିତ ଚଳଚ୍ଚିତ୍ର ର ମିଡ଼ିଆ ପ୍ଳାନର ଓ କ୍ରି୍ଏଟିଭ ହେଡ଼ ଯୋଗଦେଇଥିଲେ l ଚଳଚ୍ଚିତ୍ର ର ଗୀତ ଗୁଡିକ ଆମର ମ୍ୟୁଜିକ ୟୁଟୁବ ଚାନେଲ ରେ ବେଶ ଲୋକାଦୃତ ହୋଇସାରିଥିବା ବେଳେ ପ୍ରଥମ ଥର ପାଇଁ ଅମ୍ଲାନ ଓ ଶ୍ରଦ୍ଧା ଙ୍କ ଯୋଡି ଓଡ଼ିଆ ଦର୍ଶକ ଦେଖିବାର ସୁଯୋଗ ପାଇବେ l କଲେଜ ଇଲେକ୍ସନ ରେ ଘଟୁଥିବା କିଛି ନିଚ୍ଛକ ସତ୍ୟ ଘଟଣା କୁ ନେଇ ଚଳଚ୍ଚିତ୍ର ର କାହାଣୀ ଗତିଶୀଳ ହୋଇଛି l ରେନଡ୍ରପ ପିକ୍ଚର ଓ ଏସ ଏସ କ୍ରିଏଟିଭ ଫିଲ୍ମ ମିଳିତ ସହଯୋଗ ରେ ନିର୍ମିତ ଏଇ ଚଳଚ୍ଚିତ୍ର ରେ ସମ୍ପୂର୍ଣ୍ଣ ନିଆରା ଭୂମିକାରେ ନଜର ଆସିବେ ଅଭିନେତା ପାର୍ଥସାରଥୀ l ଚଳଚ୍ଚିତ୍ରରେ ସ୍ବର୍ଗତ ମିହିର ଦାସ, ମନୋଜ ମିଶ୍ର, ବଣ୍ଟି, ଉଷାସୀ ମିଶ୍ର, ଅମୀର ଏବଂ ରାଜସ୍ମିତା କର ପ୍ରମୁଖ ଅନ୍ୟାନ୍ୟ ଭୂମିକା ରେ ଦେଖିବାକୁ ମିଳିବେ l ଚିତ୍ରତ୍ତୋଳନ ର ଭାର ଅକ୍ଷୟ କୁମାର ନାୟକ ନେଇଥିବା ବେଳେ ସମ୍ପାଦନା ଦାୟୀତ୍ୱ ରଞ୍ଜନ ଖଟେଇ ନେଇଛନ୍ତି l ଚଳଚ୍ଚିତ୍ର ଟି ଏବର୍ଷର ନିଶ୍ଚୟ ଅନେକ ପ୍ରଶଂସା ସାଉଁଟିବା ସହିତ ଦର୍ଶକ ମାନଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଆଶା ପ୍ରକାଶ କରାଯାଇଛି l ଏଥିରେ ଡି ଫିଲ୍ମ ସହିତ ସୃଜନ ଫିଲ୍ମ ସହଯୋଗୀଭାବେ ରହିଛନ୍ତି l

loading...

Leave A Reply

Your email address will not be published.