Breaking

ବିଧାୟକଙ୍କ ପ୍ରତି ଅଭିଜିତଙ୍କ ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ : ବିଧାନସଭାରେ ହାଜର ହେଲେ ଅଭିଜିତ ଆୟାର ମିତ୍ର

0

ଭୁବନେଶ୍ୱର: ଭୁବନେଶ୍ୱରରେ ଅଭିଜିତ ଆୟର ମିତ୍ର । ଗତକାଲି ରାତିରୁ ସେ ଆସି ପହଞ୍ଚିଛନ୍ତି। ଆଜି ଗୃହ କମିଟି ଆଗରେ ସେ ହାଜର ହୋଇଛନ୍ତି । କାରଣ ଗୃହ କମିଟିରେ ୨୩ ତାରିଖ ଅର୍ଥାତ୍‌ ଆଜି ହାଜର ପାଇଁ ତାଙ୍କୁ ନୋଟିସ ହୋଇଥିଲା ।ଅଭିଜିତ କୋଣାର୍କ ମନ୍ଦିରକୁ ନେଇ ଅରୁଚିକର ମନ୍ତବ୍ୟ ଓ ବିଧାୟକଂକ ବିରୋଧରେ କଟୁ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ । ଏହାକୁ ନେଇ ଭୁବନେଶ୍ୱର ଓ କୋଣାର୍କ ଥାନାରେ ତାଂକ ବିରୋଧରେ ମାମଲା ରୁଜୁ ହୋଇଥିଲା ।ସ୍ୱାଧୀକର ଭଙ୍ଗ ନେଇ, ଗତ ୧୧ ତାରିଖରେ ତାକୁ ହାଜର ହେବା ପାଇଁ କୁହାଯାଇଥିଲା । ହେଲେ ସେ ହାଜର ନହୋଇ ବିଧାନସଭା ବାଚସ୍ପତି ଓ ଗୃହ କମିଟି ଅଧ୍ୟକ୍ଷଙ୍କୁ ଇ-ମେଲ୍‌ ଯୋଗେ କ୍ଷମାପତ୍ର ପଠାଇଥିଲେ । ତାଙ୍କୁ ବ୍ୟକ୍ତିଗତ ଭାବେ ୨୩ରେ ହାଜର ହେବାକୁ ପୁଣି ନୋଟିସ୍‌ ହେଲା । ସେ ହାଜର ହେବେ ବୋଲି କହିଥିଲେ ।
ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବୈଠକ ଆରମ୍ଭ ହୋଇଛନ୍ତି । ବୈଠକରେ କମିଟିର ସମେତ ଅନ୍ୟ ସଦସ୍ୟ ବିଧାୟକ କନକବର୍ଦ୍ଧନ ସିଂହଦେଓ, ସଂଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ ଓ ବିଧାୟିକା ପ୍ରମିଳା ମଲ୍ଲିକ ଉପସ୍ଥିତ ରହିଛନ୍ତି । ସେହିପରି ଆୟାରଙ୍କ ଓକିଲ ମଧ୍ୟ ବୈଠକରେ ଅଛନ୍ତି । ବୈଠକରେ ଅଭିଜିତ ନିଜର ପକ୍ଷ ରଖିବେ ।
ଉଲ୍ଲେଖ ଥାଉ କି, ଅଭିଜିତ ଅଣ ଓଡ଼ିଆ ହୋଇ କୋଣାର୍କ ମନ୍ଦିର, ଓଡ଼ିଶା, ଓଡ଼ିଆ ଓ ବିଧାୟକମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାରଣରୁ ସେ ଭୁବନେଶ୍ବର ଆସିବାବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିଲା । ତେଣୁ ଅଭିଜିତଙ୍କ ପକ୍ଷରୁ ସୁରକ୍ଷା ପାଇଁ ଅନୁରୋଧ କରାଯିବା ପରେ କମିସନରେଟେ ପୁଲିସ ପକ୍ଷରୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି କହିଥିଲେ ।

loading...

Leave A Reply

Your email address will not be published.