Breaking

ଆଜି ବିଶ୍ୱ ଏଡସ ଦିବସ : ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ

0

ନୂଆଦିଲ୍ଲୀ: ଆଜି ବିଶ୍ୱ ଏଡ୍‌ସ ଦିବସ। ଏଡ୍‌ସର ଭୟାବହତା ଓ ଏନେଇ ସେଚତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାରା ବିଶ୍ୱ ଡିସେମ୍ବର ୧ ତାରିଖକୁ ଏଡସ୍‌ ଦିବସ ରୂପେ ପାଳନ କରୁଛି। ଏସବୁ ସତ୍ତ୍ୱେ ଏଡସ୍‌ ସଂକ୍ରମଣକୁ ଏବେ ମଧ୍ୟ ଆଶାନୁରୂପେ ରୋକା ଯାଇପାରିନି।
ଭାରତରେ ୨.୩୯ ମିଲିୟନ୍‌ରୁ ଅଧିକ ଏଡସ୍‌ ରୋଗୀ ଥିବା ଜଣାପଡ଼ିଛି। ସେହିପରି ଓଡ଼ିଶାରେ ୩୯ହଜାର ୬୨୯ଜଣ ଏଚ୍‌ଆଇଭି ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୭ଶହରୁ ଅଧିକ ଏଡସ୍‌ ରୋଗୀ ଅଛନ୍ତି।
ଏହି ମାରାତ୍ମକ ରୋଗରେ ଏବେ ପର୍ଯ୍ୟନ୍ତ ରାଜ୍ୟରେ ୧୪୯୫ ଜଣଙ୍କ ଜୀବନ ଗଲାଣି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩ହଜାର ୮୮୫ ଜଣ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ଏଡସର ଭୟାବହତା ସଂପର୍କରେ ସେ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳା ଦେଖିବାକୁ ବେଳାଭୂମିରେ ଲୋକଙ୍କ ଭିଡ଼ ଜମୁଛି ।

loading...

Leave A Reply

Your email address will not be published.