Breaking

ଆପଣ ଜାଣିଛନ୍ତି କି, ଦାଢ଼ିଥିବା ପୁରୁଷଙ୍କୁ କାହିଁକି ମହିଳା କରନ୍ତି ଅଧିକ ପସନ୍ଦ

0

ମହିଳାଙ୍କ ମନ ଜିତିବା ପାଇଁ ପୁରୁଷ ନାହିଁ ନଥିବା ପନ୍ଥା ଅବଲମ୍ବନ କରିଥାନ୍ତି। କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ମହିଳା ଦାଢ଼ି ରଖିଥିବା ପୁରୁଷଙ୍କ ଦ୍ବାରା ଅଧିକ ମାତ୍ରାରେ ଇମ୍ପପ୍ରେସ୍ ହୋଇଥାନ୍ତି। ଆସନ୍ତୁ ଜାଣିବା କାହିଁକି ଦାଢ଼ି ରଖିବା ପୁରୁଷ ମହିଳାଙ୍କୁ ଏତେ ପସନ୍ଦ ଏବଂ କଣ ରହିଛି ଏହାର କାରଣ ।

ମହିଳାଙ୍କ ମତ ଅନୁଯାୟୀ , ଦାଢ଼ି ରଖିବା ପୁରୁଷଙ୍କ ପ୍ରତିଛବି ସକାରତ୍ମକ ହୋଇଥାଏ। ଏହି ପୁରୁଷ ସମସ୍ତଙ୍କ ଦୃଷ୍ଟିଆର୍କଷଣ କରିଥାନ୍ତି। ରିସର୍ଚ୍ଚରୁ ଜଣାପଡ଼ିଛି ଦାଢ଼ିଥିବା ପୁରୁଷ ଅଧିକ ରୋମାଣ୍ଟିକ୍ ହେବା ସହ ନିଜ ସାଥିଙ୍କର ବହୁତ ଭଲ ଧ୍ୟାନ ରଖିଥାନ୍ତି।

ସମସ୍ତ ମହିଳାଙ୍କ ଇଛା ରହିଥାଏ କି ତାଙ୍କ ସାଥି ମାଚିୟୋର (ପୂର୍ଣ୍ଣ ବିକଶିତ) ନଜର ଆସନ୍ତୁ। ଦାଢ଼ି ରହିବା ଦ୍ବାରା ପୁରୁଷମାନେ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ମାଚିୟୋର ନଜର ଆସିଥାନ୍ତି। କଥାରେ ମଧ୍ୟ ରହିଛି ଯାହା ପାଖରେ ନାହିଁ ନିଶ ଦାଢ଼ି ସେ ପୁରୁଷରେ ଗଣା ନୁହଁନ୍ତି। କହିବାକୁ ଗଲେ ପରୁଷତ୍ବର ସଙ୍କେତ ରହିଥାଏ ଦାଢ଼ି।

loading...

Leave A Reply

Your email address will not be published.