Breaking

ବିଜେପିକୁ ଦ୍ୱିତୀୟ ଝଟ୍‌କା: ଦିଲ୍ଲୀପ୍‌ଙ୍କ ପରେ ଦଳ ଛାଡ଼ିଲେ ବିଜୟ

0

ଭୁବନେଶ୍ବର : ରାଜ୍ୟ ବିଜେପିକୁ ଗୋଟିଏ ଦିନରେ ଦୁଇ ଦୁଇଟି ଝଟ୍‌କା ଲାଗିଛି ।ପ୍ରଥମେ ବିଧାୟକ ଦିଲ୍ଲୀପ ରାୟ ପଦ ଓ ଦଳରୁ ଇସ୍ତଫା ଦେବାର କିଛି ସମୟରେ ଦୀର୍ଘ ସମୟ ଧରି କଣଠେସା ହୋଇ ରହିଥିବା ବିଜୟ ମହାପାତ୍ର ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି । ବିଜୟ ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ସୂଚନା ଦେବା ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ମାତ୍ର ଆଗାମୀ କାର୍ଯ୍ୟପନ୍ଥାନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି । କିନ୍ତୁ ବିଜେପିରେ ଯୋଗ ଦେବା ଏକ ତରବରିଆ ଭୁଲ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, ୧୦ ବର୍ଷ ଧରି ମୋର ତିକ୍ତ ଅନୁଭୂତି ରହିଛି । ଓଡ଼ିଶା ସ୍ୱାର୍ଥ ପ୍ରତି ବିଜେପିର ନିଷ୍ଠା ଓ ଆନ୍ତରିକତା ନାହିଁ । ଦଳରେ ଯାହା ଚାଲିଛି, ମୋତେ ଠିକ୍‌ ଲାଗୁନାହିଁ । ଅମିତ ଶାହାଙ୍କ ୧୨୦+ ଆକଳନ ଭୁଲ୍‌ । ତାଙ୍କ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ସେ କହିଛନ୍ତି, ଦିଲୀପ ରାୟ ବାହାରକୁ ଯାଇଛନ୍ତି, ସେ ଆସିଲେ କଥା ହେବେ ।

loading...

Leave A Reply

Your email address will not be published.